28.1 C
Bhubaneswar
Friday, June 21, 2024
Homeଦେଶ ବିଦେଶଆଜି ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ମୋଦି

ଆଜି ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ : ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ମୋଦି ‘ଥ୍ରୀ ପଏଣ୍ଟ ଓ’ ର ଶପଥ ଉତ୍ସବ ଆଜି ହିଷ୍ଟୋରିକାଲ୍ ହେବାକୁ ଯାଉଛି। ଏନେଇ ରାଇସିନା ହିଲରେ ଭବ୍ୟ ଆୟୋଜନ ହୋଇଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦି ଶପଥ ନେବେ। ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ କୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମିଳିଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା, ଏଲଜେପି, ଆରଏଲଡି ଏବଂ ଏନସିପିକୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ।

ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି।

ଅନ୍ୟ ଅତିଥିଙ୍କ ମଧ୍ୟରେ ଅଛନ୍ତି- ବିଶିଷ୍ଟ ନେତା, କଳାକାର, ଶିଳ୍ପପତି, ସିନେ ସେଲିବ୍ରିଟି, ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଧର୍ମଗୁରୁ ପ୍ରମୁଖ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶପଥ ସମାରୋହ ପରେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶଭୋଜିରେ ମଧ୍ୟ ସାମିଲ ହେବେ ଅତିଥି।

ଆଜିର ସମାରୋହ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଦିଲ୍ଲୀ। ସିସିଟିଭି ନଜରରେ ରହିଛି କର୍ତ୍ତବ୍ୟପଥ। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି। ରାଷ୍ଟ୍ରପତି ଭବନକୁ ଜଗିଛନ୍ତି ୫ କଂପାନୀ ପାରାମିଲିଟାରୀ ପର୍ସନେଲ୍, ଏନ୍ଏସ୍‌ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking