29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସେପ୍ଟେମ୍ବର ୮ରେ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ଉଦଘାଟନ କରିବେ ମୋଦି

ସେପ୍ଟେମ୍ବର ୮ରେ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ବିଜୟ ଚୌକ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ(Central Vista Avenue) ଭାବେ ପରିଚିତ ଅଞ୍ଚଳର ପୁର୍ନବିନ୍ୟାସ କାର୍ଯ୍ୟ ଶେଷ ହୋଇଛି । ଏହାସହିତ ସେଣ୍ଟ୍ରାଲ ଭିଷ୍ଟା ଲନ୍ ଏବଂ ରାଜପଥର ନାମ ପରିବର୍ତ୍ତନ କରାଯାଇ ଏହାର ନାମ କର୍ତ୍ତବ୍ୟ ପଥ ରଖାଯାଇଛି । ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଷ୍ଟା ଆଭିନ୍ୟୁର ଉଦଘାଟନ କରିବେ । ଏହା ସେପ୍ଟେମ୍ବର ୯ ତାରିଖରୁ ସାଧାରଣ ଲୋକଙ୍କ ଲାଗି ଖୋଲା ରହିବ । ଏନେଇ ସୋମବାର କେନ୍ଦ୍ର ସହରାଞ୍ଚଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ANI ନ୍ୟୁଜ ଏଜେନ୍ସି ପକ୍ଷରୁ ଭିଷ୍ଟା ଆଭିନ୍ୟୁର କିଛି ନୂଆ ଫଟୋ ଜାରି କରାଯାଇଛି ।

ସେପ୍ଟେମ୍ବର ୮(ଗୁରୁବାର)ରେ ଉଦଘାଟନୀ ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜରୁରୀ ଆବଶ୍ୟକତା ନଥିବା କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ ଏବଂ କେତେକ କର୍ମଚାରୀଙ୍କୁ ବ୍ୟକ୍ତିଗତ ଗାଡି ବଦଳରେ ସର୍ବସାଧାରଣ ଯାନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଏହାସହିତ ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରଣାଳୟଗୁଡିକର ଅଫିସଗୁଡିକୁ ବନ୍ଦ ରଖିବାକୁ ଦିଲ୍ଲୀ ପୋଲିସ କହିଛି । ଲୋକଙ୍କୁ ସୁବିଧା ପାଇଁ ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ୯୦୦ଟି ବିଦ୍ୟୁତ ଖୁଣ୍ଟ ଲଗାଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

କେନ୍ଦ୍ର ସରକାର ଦିଲ୍ଲୀର ଐତିହାସିକ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ନାମ ‘କର୍ତ୍ତବ୍ୟ ପଥ’ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆଦିଲ୍ଲୀ ମୁନିସିପାଲ କାଉନସିଲ ଏନେଇ ବୁଧବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ତେବେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ସାର୍ବଭୌମତ୍ବ ଓ ଗାରିମାର ପ୍ରତୀକ ରହିଆସିଛି ଏହି ରାଜପଥ । ଏହାର ନାମକରଣ ବ୍ରିଟିଶ ଅମଳରୁ ହୋଇଆସିଛି । ପ୍ରଥମେ ଏହି ରାଜମାର୍ଗର ନାମ ବ୍ରିଟିଶରମାନେ କିଙ୍ଗ୍ସଓ୍ବେ ରଖିଥିଲେ । ପରେ ଏହାର ପୁନଃନାମକରଣ କରାଯାଇ ରାଜପଥ ରଖାଯାଇଥିଲା । ତେବେ ଏବେ ନୂଆ ନିଷ୍ପତ୍ତି ଅନୁସାରେ ଏହି ରାଜପଥର ଇଣ୍ଡିଆ ଗେଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହାର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାର ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆବସ ଥିବା ମାର୍ଗର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking