19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶମୋଦୀ ସାଙ୍ଗିଆ ମାମଲା: ଅଗଷ୍ଟ ୪ରେ ପରବର୍ତ୍ତୀ ଶୁଣାଣି; ଗୁଜରାଟ ସରକାର ଓ ପୂର୍ଣ୍ଣେଶ ମୋଦୀଙ୍କୁ...

ମୋଦୀ ସାଙ୍ଗିଆ ମାମଲା: ଅଗଷ୍ଟ ୪ରେ ପରବର୍ତ୍ତୀ ଶୁଣାଣି; ଗୁଜରାଟ ସରକାର ଓ ପୂର୍ଣ୍ଣେଶ ମୋଦୀଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ଶୁକ୍ରବାର ମୋଦୀ ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପିଟିସନ୍ ଉପରେ ଶୁଣାଣି କରିଛନ୍ତି । ଜଷ୍ଟିସ୍ ବିଆର୍ ଗଭଇ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିବା ପୂର୍ଣ୍ଣେଶ ମୋଦୀ ଏବଂ ଗୁଜରାଟ ସରକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ନୋଟିସ୍‌ରେ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଇ ଅଗଷ୍ଟ ୪ରେ ହେବ । ଏହି ଅପରାଧିକ ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ୍ କରି ରାହୁଲ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ।

ଏହାପରେ ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଙ୍ଗଭି ଜୁଲାଇ ୧୮ରେ ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାଖଲ କରି ତତ୍କାଳ ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଏହାପରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି ପାଇଁ ସହମତ ହୋଇଥିଲେ । ଶୁକ୍ରବାର ଶୁଣାଣି ଆରମ୍ଭ କରିବା ପୂର୍ବରୁ ଜଷ୍ଟିସ୍ ଗଭଇ କହିଥିଲେ, ତାଙ୍କ ପିତା କଂଗ୍ରେସ ସହିତ ଜଡ଼ିତ ଥିଲେ ଏବଂ ଭାଇ ମଧ୍ୟ ଏବେ କଂଗ୍ରେସରେ ଅଛନ୍ତି । ତେଣୁ ତାଙ୍କର ଶୁଣାଣି କରିବାରେ କୌଣସି ପକ୍ଷର ଆପତ୍ତି ଅଛି କି ନାହିଁ ଜାଣିବାକୁ ଚାହିଁଥିଲେ । ତେବେ ଏଥିରେ କୌଣସି ଅସୁବିଧା ନଥିବା ଦୁଇ ପକ୍ଷରୁ ଓକିଲ ଜଣାଇଥିଲେ । ରାହୁଲଙ୍କ ଓକିଲ ସିଂଘଭି ଅନ୍ତରୀଣ ଆଶ୍ୱସ୍ତି ପାଇଁ ଦାବି କରିଥିଲେ । ଅନ୍ୟ ପକ୍ଷଙ୍କୁ ନଶୁଣିବା ପର୍ଯ୍ୟନ୍ତ ଅନ୍ତରୀଣ ଆଶ୍ୱସ୍ତି ଦେଇହେବ ନାହିଁ ବୋଲି କୋର୍ଟ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking