27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଏକାଠି ଚା' ପିଇଲେ ମୋଦୀ, ପ୍ରିୟଙ୍କା

ଏକାଠି ଚା’ ପିଇଲେ ମୋଦୀ, ପ୍ରିୟଙ୍କା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଚା ପିଉଥିବା ଏକ ଭିନ୍ନ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ସାଂସଦମାନଙ୍କ ମଧ୍ୟରେ କେବଳ ଅନୌପଚାରିକ ଆଲୋଚନା ହୋଇଥିବା କୁହାଯାଉଛି। ବାଚସ୍ପତି ଓମ୍ ବିର୍ଲା ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ଏହି ଟି-ପାର୍ଟି ଆୟୋଜନ କରାଯାଇଥିଲା। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଲଲ୍ଲନ ସିଂହ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ, ଏନ୍‌ସିପି (ସପା) ସାଂସଦ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ, ଧର୍ମେନ୍ଦ୍ର ଯାଦବ ଏବଂ ଡିଏମକେ ସାଂସଦ ଏ ରାଜାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ। ସଂସଦୀୟ ଅଧିବେଶନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶାସକ ଦଳ ଏବଂ ବିରୋଧୀ ଦଳ ଉଭୟଙ୍କୁ ନିମନ୍ତ୍ରଣ କରି ଏକ ଚା ପାର୍ଟି ଆୟୋଜନ କରିବାର ପରମ୍ପରା ରହିଛି। ଏହାକୁ ସଂସଦୀୟ ଗଣତନ୍ତ୍ରରେ ଆଲୋଚନା ଏବଂ ସମନ୍ୱୟର ପ୍ରତୀକ ଭାବରେ ବିବେଚନା କରାଯାଏ। କିନ୍ତୁ ଗତ ମୌସୁମୀ ଅଧିବେଶନର ଶେଷରେ ଆୟୋଜିତ ଚା ପାର୍ଟିକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବର୍ଜନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking