33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମୋଦୀ ସବୁଠାରୁ ଲୋକପ୍ରିୟ ନେତା

ମୋଦୀ ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ଏପରି କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ପଛରେ ପକାଇ ମୋଦୀ ବିଶ୍ବର ସବୁଠୁ ଲୋକପ୍ରିୟ ନେତା ହୋଇଥିବା ଗ୍ଲୋବାଲ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ ମୋଦୀ ୭୮ ପ୍ରତିଶତ ରେଟିଂ ପଏଣ୍ଟ ପାଇଁ ବିଶ୍ବ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୬୮% ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, ଚତୁର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରିଗିଆ ମେଲୋନି, ପଞ୍ଚମରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡିସଲ୍‌ଭା ଓ ଷଷ୍ଠରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିଛନ୍ତି। ଜାନୁଆରୀ ୨୬ରୁ ୩୧ ତାରିଖ ମଧ୍ୟରେ ବିଶ୍ବର ପ୍ରମୁଖ ୨୨ଟି ରାଷ୍ଟ୍ରକୁ ନେଇ ସର୍ଭେ ହୋଇଥିଲା। ସର୍ଭେରେ ଦୈନିକ ୨୦ହଜାର ଲୋକଙ୍କ ମତାମତ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking