23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୭୦ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ମୋଦୀ

୭୦ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ରୋଜଗାର ମେଳା’ କାର୍ଯ୍ୟକ୍ରମ ଅନୁଯାୟୀ ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ନବନିଯୁକ୍ତଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ସରକାରୀ ଚାକିରି କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣ ଏବଂ ଦୁର୍ନୀତିକୁ ବଂଶବାଦରେ ବିଶ୍ୱାସ ରଖୁଥିବା ରାଜନୈତିକ ଦଳଗୁଡିକ ପ୍ରୋତ୍ସାହିତ କରୁଛନ୍ତି । ଏହି ଦଳଗୁଡିକ ସରକାରୀ ଚାକିରି ପାଇବାରେ ଯୁବଗୋଷ୍ଠୀଙ୍କ ଅଧିକାରକୁ ଲୁଟୁଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କିନ୍ତୁ ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରୁଥିବା ମୋଦୀ କହିଛନ୍ତି ।

ନିଯୁକ୍ତି ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ ଏବଂ ଦୁର୍ନୀତି ଅବଲମ୍ବନ କରି ଏହି ଦଳଗୁଡିକ ଯୁବଗୋଷ୍ଠୀ ସହ ବିଶ୍ୱାସଘାତ କରିଥିବା ମଧ୍ୟ ମୋଦୀ କହିଛନ୍ତି । ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାକୁ ବର୍ଷେରୁ ଦେଢବର୍ଷ ସମୟ ଲାଗୁଥିଲା । ବର୍ତ୍ତମାନ କିଛି ମାସ ମଧ୍ୟରେ ସ୍ୱଚ୍ଛ ଉପାୟରେ ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପରେଖ ଦିଆଯାଉଥିବା ସେ କହିଛନ୍ତି ।

୨୦୧୪ ପରଠାରୁ ସ୍ଥିତିରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି । ଯୁବଗୋଷ୍ଠୀଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେଇ ଦେଶକୁ ସଶକ୍ତ, ସ୍ଥିର ଏବଂ ସୁରକ୍ଷିତ ରଖିବାକୁ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି ମୋଦୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆନ୍ତରିକତା ଯୋଗୁଁ ବର୍ତ୍ତମାନ ଘରୋଇ ଓ ସରକାରୀ ଉଦ୍ୟୋଗରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ଏହାଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ଊର୍ଦ୍ଧ୍ୱମୁଖୀ ହେଉଥିବା ମୋଦୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking