25.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଯବାନଙ୍କ ସହ ଦୀପାବଳି ପାଳିଲେ ମୋଦୀ

ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦୀ

ସିମଳା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଯବାନଙ୍କ ଗହଣରେ ଦୀପାବଳି ପର୍ବ ପାଳନ କରିଛନ୍ତି । ମୋଦୀ ରବିବାର ହିମାଚଳ ପ୍ରଦେଶର ଲେପ୍‌ଚାଠାରେ ଥିବା ସେନା ଶିବିର ପରିଦର୍ଶନ କରି ସେଠାରେ ମୁତୟନ ଯବାନଙ୍କ ସହ ବାର୍ତ୍ତାଳାପ କରିଥିବାବେଳେ ସେମାନଙ୍କୁ ମିଠା ଖୁଆଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ ଆଜକୁ ୩୦ ବର୍ଷ ପୂର୍ବେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ନଥିଲି, ସେହିଦିନଠାରୁ ପ୍ରତିବର୍ଷ ଦୀପାବଳିରେ ସୀମାନ୍ତ ଅଞ୍ଚଳକୁ ଯାଇ ମୁଁ ଯବାନଙ୍କୁ ଭେଟିଆସୁଛି । ଦେଶର ଯେଉଁ ସବୁ ସ୍ଥାନରେ ଯବାନଙ୍କୁ ମୁତୟନ କରାଯାଇଛି, ସେଗୁଡିକ ମୋ ପାଇଁ ବନ୍ଦିର ସଦୃଶ ବୋଲି ମଧ୍ୟ ମୋଦୀ କହିଛନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ମୋଦୀ ସେହିବର୍ଷ ଦୀପାବଳିରେ ସିଆଚେନ୍ ଗସ୍ତ କରିଥିବାବେଳେ ୨୦୧୫ରେ ପଞ୍ଜାବସ୍ଥିତ ଯୁଦ୍ଧ ସ୍ମାରକୀ, ୨୦୧୬ରେ ହିମାଚଳ ପ୍ରଦେଶର ସୁମୋଧସ୍ଥିତ ଚୀନ୍ ସୀମାନ୍ତ, ୨୦୧୭ରେ ଜମ୍ମୁ-କଶ୍ମୀରସ୍ଥିତ ଗୁରେଜ୍ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡର ହର୍ସିଲସ୍ଥିତ ସେନା ଶିବିର, ୨୦୧୯ରେ ଜମ୍ମୁ-କଶ୍ମୀରସ୍ଥିତ ରାଜୌରୀ ସେକ୍ଟର, ୨୦୨୦ରେ ପଞ୍ଜାବସ୍ଥିତ ଲଙ୍ଗେୱାଲା ସେକ୍ଟର, ୨୦୨୧ରେ ଜମ୍ମୁ-କଶ୍ମୀରର ନୌସେରା ସେକ୍ଟର ଏବଂ ୨୦୨୨ରେ କାର୍ଗିଲ ସେକ୍ଟର ଗସ୍ତ କରି ଯବାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking