ନୂଆଦିଲ୍ଲୀ:ଗୋଟିଏ ଷ୍ଟାଡୟମରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ। ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଦେଖୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନିଜ୍। ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଏହି ଦୁଇ ଦେଶର ନେତା।
ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆୟୋଜିତ ବର୍ଡର୍-ଗାଭାସ୍କର୍ ଟ୍ରଫିର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍। ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଂ କରୁଛି। ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସକାଳ ସାଢ଼େ ୮ଟାରେ ଦୁଇ ନେତାଙ୍କ ଉପସ୍ଥିତିରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରିବାକୁ ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ଭାରତୀୟ ସଂସ୍କୃତିକୁ ପ୍ରତିପାଦନ କରୁଥିବା ଏକ ସୁନ୍ଦର କଳାକୃତି ଉପହାର ଦେଇ ବିସିସିଆଇ ଅଧ୍ୟକ୍ଷ ରୋଜର୍ ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନ୍ଜଙ୍କୁ ସ୍ୱାଗତ କରିଥିଲେ। ସେହିପରି, ଭାତର ଅଧିନାୟକ ରୋହତି ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନିଜ କ୍ୟାପ୍ ପ୍ରଦାନ କରିଥିଲେ।