18.1 C
Bhubaneswar
Friday, November 22, 2024
Homeଅପରାଧଏସ୍‌ସିବିରୁ ମୋବାଇଲ୍ ଲୁଟେରା ଗିରଫ

ଏସ୍‌ସିବିରୁ ମୋବାଇଲ୍ ଲୁଟେରା ଗିରଫ

କଟକ : କଟକ ବଡମେଡିକାଲ୍‌ରେ ଆସୁଥିବା ରୋଗୀ ସମ୍ପର୍କୀୟମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟର ପ୍ରଲୋଭନ ଦେଖାଇ ସେମାନଙ୍କ ମୋବାଇଲ୍ ଲୁଟୁଥିବା ଜଣେ ଲୁଟେରାକୁ ଆଜି ମଙ୍ଗଳାବାଗ ପୁଲିସ ଗିରଫ କରିଛି । ଗିରଫ ଜଣକ ହେଲେ ତିନିକୋଣିଆ ବଗିଚାର ସେକ୍ ଅମନ୍ତ ଉଲ୍ଲା । ତାଙ୍କ ଠାରୁ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ । ଅନୁଗୁଳ ଜିଲ୍ଲା ହୁଲୁରିଫିଙ୍ଗା ଅଞ୍ଚଳର ଦେବାଶିଷ ମହାପାତ୍ର (୨୦)ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ୍ ଆଣିଥିଲେ ।

ସେ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଅମନ୍ତ ନିଜକୁ ଏସ୍‌ସିବି କର୍ମଚାରୀର ପରିଚୟ ଦେଇ ତାଙ୍କ ନିକଟକୁ ଆସି ଚିକିତ୍ସା ପାଇଁ ଏକ ପ୍ଲାଜ୍‌ମା ଆବଶ୍ୟକ ବୋଲି କହି ତାଙ୍କୁ ବ୍ଲଡ୍‌ବ୍ୟାଙ୍କ ନିକଟକୁ ନେଇଥିଲେ । ସେଠାରେ ପ୍ଲାଜ୍‌ମା ପାଇଁ ଟଙ୍କା ଆବଶ୍ୟକ ବୋଲି ସେ ଦେବାଶିଷଙ୍କୁ ଟଙ୍କା ମାଗିଥିଲେ । ତେବେ ଦେବାଶିଷଙ୍କ ନିକଟରେ ଟଙ୍କା ନଥିବାରୁ ସେ ଫୋନ୍ ପେରେ ଦେବାକୁ କହିଥିଲେ । ତେବେ ଏହି ସମୟରେ ଦେବାଶିଷଙ୍କ ଠାରୁ ତାଙ୍କ ଫୋନ୍ ନେଇ ଅମନ୍ତ ବ୍ଲଡ୍‌ବ୍ୟାଙ୍କର ଜଣେ କର୍ମଚାରୀଙ୍କ ନମ୍ବର ସେଭ୍ କରିବା ଲାଗି କହି ବ୍ଲଡ୍ ବ୍ୟାଙ୍କ୍ ଭିତରକୁ ଯାଇ ଆଉ ଫେରି ନଥିଲେ । ଦେବାଶିଷ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ତଦନ୍ତ କରି ଆଜି ଅମନ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking