18.1 C
Bhubaneswar
Saturday, November 23, 2024
Homeଓଡିଶାଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀରେ ବ୍ୟାଟେରୀ ଚାଳିତ ମୋ ବସ୍ ଏବଂ ଅଟୋ ରିକ୍ସାର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏୟାରପୋର୍ଟ ରୋଡ଼ ନବୀନ ନିବାସ ସାମ୍ନାରେ ଉଭୟ ମୋ ଇ. ରାଇଡ଼ ଏବଂ ଇ. ବସ୍‌ର ଶୁଭାରମ୍ଭ କରିଛନ୍ତି । ଉଭୟ ମୋ ଇ. ରାଇଡ଼ ଏବଂ ଇ. ବସ୍ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବାବେଳେ ଏହି ସେବା ମୋ ବସ୍ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍ ସଂଯୋଗୀକରଣ କରିବ । ବସ୍ ପ୍ରଥମେ ମୋ ବସ୍‌ର ୪ଟି ପୁରୁଣା ରୁଟ୍‌ରେ ହିଁ ଗତି କରିବ ।

ସମସ୍ତ ଇ. ବସ୍‌ରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍ ରହିଛି । ଇ ବସ୍ ଗାଇଡ୍ ଭାବରେ ୫୦% ମହିଳା ଓ ମୋ ଇ.ରାଇଡ଼ରେ ଶତ ପ୍ରତିଶତ ମହିଳା ଓ କିନ୍ନରମାନଙ୍କୁ ସାରଥ୍ ଭାବରେ ନିଯୁକ୍ତି ଦିଆଯାଇଛି । ଏହାଦ୍ଵାରା କୁଟ୍‌ର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କୁଟ୍ ପକ୍ଷରୁ ମହିଳାମାନଙ୍କୁ ମୋ ବସ୍ ଚାଳନା ପାଇଁ ସୁଯୋଗ ଦିଆଯାଇଛି । ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହିନ ଇ. ବସ୍ ଯାତ୍ରାର ଅନୁଭବ ନେଇପାରିବେ ।

ସେପରି ଏହି ସେବା ଦ୍ଵାରା ୫୦୦ରୁ ଉର୍ଦ୍ଧ୍ବ ରୋଜଗାର ସୃଷ୍ଟି ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅଧୂକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି । ଇ. ବସ୍‌ର ଟିକେଟ୍ ମୂଲ୍ୟ ସାଧାରଣ ଏସି ମୋ ବସ୍ ଟିକେଟ୍ ମୂଲ୍ୟ ସହିତ ସମାନ ରହିଛି । ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି । ମୋ ଇ. ରାଇଡ୍ ଭୁବନେଶ୍ଵରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟ୍‌ରେ ଗଡ଼ିବା ସହିତ ଏହାର ଟିକେଟ୍‌ ମୂଲ୍ୟ ଫୁଟ୍ ୧୦ ଟଙ୍କା ରହିଛି । “ ସବୁଜ ପରିବହନ ଓ ସବୁଜ ସହରର ପରିକଳ୍ପନା କରି ଏହି ସେବା ଆରମ୍ଭ କରାଯାଇଛି । ଏହା ଜନସାଧାରଣଙ୍କ ଯାତ୍ରାରେ ସହାୟକ ହେବା ସହିତ ଏକ ସବୁଜ ସହର ଗଠନ ଦିଗରେ ସାହାଯ୍ୟ କରିବ । ସୂଚନା ଯୋଗ୍ୟ ଯେ CRUT ପକ୍ଷରୁ ବର୍ତ୍ତମାନ ୨୫୫ ଟି Diesel ବସ ଚଳାଚଳ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking