22.1 C
Bhubaneswar
Thursday, March 5, 2026
Homeଓଡିଶାନାବାଳିକା ଉପରେ ଚଢ଼ିଗଲା ମୋ ବସ

ନାବାଳିକା ଉପରେ ଚଢ଼ିଗଲା ମୋ ବସ

ଭୁବନେଶ୍ୱର: ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ ଦୁର୍ଘଟଣା ଘଟାଥିବା ସୂଚନା ମିଳିଛି। ମୋ ବସ ଧକ୍କାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଝିଅଟି ସାଇକଲରେ ଯାଉଥିବାବେଳେ ତାକୁ ମୋ ବସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୩ଟି ମୋ ବସକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ସୂଚନା ମିଳିଛି। ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି। ରାସ୍ତା ଅବରୋଧ କରାଯିବା ଦ୍ୱାରା ବହୁ ଯାନବାହନ ଅଟକି ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking