ନୂଆଦିଲ୍ଲୀ: କମ୍ପାନୀରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ଖୁସି ଖବର । କମ୍ପାନୀ ତରଫରୁ ମିଳିବାକୁ ଯାଉଛି ବଡ ଉପହାର । ଏଣିକି ମାତୃତ୍ୱଲାଭ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ୫ ବର୍ଷ ଛୁଟି । ଏଭଳି କିଛି ଘୋଷଣା କରିଛି ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା । ହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି ହୋଇଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୂଆ ମାତୃତ୍ୱ ଛୁଟି ନୟମରେ ମହିଳାମାନଙ୍କୁ ମାତୃତ୍ୱ ଛୁଟି ବାବଦରେ ୫ବର୍ଷ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ ଯୋଜନାରେ ନାମିତ କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରଖାନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ନୂଆ ମାତୃତ୍ୱ ନୀତି ଅଧୀନରେ ସୁରକ୍ଷା ପ୍ରଦାନ କରାଯିବ । କମ୍ପାନୀର ମାନବ ସମ୍ବଳ ମୁଖ୍ୟ ରୁଜେହ ଇରାନୀ କହିଛନ୍ତି କି, ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି ସେମାନଙ୍କୁ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଯିବ । ଏହି ନୀତି ଅନୁଯାୟୀ ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ୟ୍ୟ ବିକଳ୍ପ ଓ ଏବଂ ୨୪ ମାସର ହାଇବ୍ରିଡ କାର୍ୟ୍ୟ ବିକଳ୍ପ ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଖାଲି ଏତିକି ନୁହେଁ ସପ୍ତାହକୁ ଆବଶ୍ୟକ ମାତୃତ୍ୱ ଛଟି ବି ଦିଆଯିବ । ଏହାସହ କମ୍ପାନୀ ତରଫରୁ ଏକ ସେଟ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପୁରା ୫ବର୍ଷର ଯାତ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧୀନରେ ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା’ ହେବାର ୩ ବର୍ଷ ପରେ ଏହି ବୀମାରାଶି ପ୍ରଦାନ କରାଯିବ ।