ଗାନ୍ଧୀନଗର: ବୁଧବାର ସମୁଦ୍ରରେ ବୁଡ଼ି ଯାଉଥିବା ତିନିଜଣ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ଗୁଜରାଟର ବିଜେପି ବିଧାୟକ ହୀରା ସୋଲାଙ୍କି । ରାଜୁଲାର ପଟୱା ସମୁଦ୍ର କୂଳରେ ଜାରିିଜଣ ସାଙ୍ଗ ଗାଧୋଉଥିଲେ । ଜୋର୍ ଲହଡ଼ି ହେବାରୁ ସେମାନେ ସମୁଦ୍ର ଭିତରକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ ।
ଏହି ସମୟରେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଅମରେଲି ଜିଲ୍ଲା ରାଜୁଲାର ବିଜେପି ବିଧାୟକ ହୀରା ସୋଲାଙ୍କି ସେମାନେ ବୁଡ଼ିଯାଉଥିବା ଦେଖି ପାଣିକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ତିନିଜଣ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ତେବେ ଅନ୍ୟ ଜଣେ ଯୁବକଙ୍କୁ ବଞ୍ଚାଯାଇ ପାରିନଥିଲା ।
ଗଭୀର ପାଣିରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସୋଲାଙ୍କି ଡଙ୍ଗା ସାହାଯ୍ୟରେ ତାଙ୍କର ସନ୍ଧାନ ଚଳାଇଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ସନ୍ଧ୍ୟାବେଳେ ଶବ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ବିଧାୟକ ସୋଲାଙ୍କି ଏହା ପୂର୍ବରୁ ୨୦୧୮ରେ ମଧ୍ୟ ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କୁ ବଞ୍ଚାଇଥିଲେ ।