କଳାହାଣ୍ଡି : ବରିଷ୍ଠ ବିଜେଡି ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହ ଆହତ । ଏକ କ୍ରିକେଟ ମ୍ୟାଚର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ସମୟରେ ଭୂପିନ୍ଦର ତଳେ ପଡ଼ିଯାଇଥିଲେ । ଫଳରେ ସେ ଆହତ ହୋଇଥିବା ଜଣାପଡ଼ିଛି । ନିକଟରେ କଲାହାଣ୍ଡି ଜିଲ୍ଲା ନର୍ଲା ବିଧାୟକ ଭୂପିନ୍ଦର ସିଂହ କାଲାହାଣ୍ଡିର ଏକ କ୍ରୀଡା ଉଦଘାଟନ କାର୍ଯ୍ୟକ୍ରମ ଯୋଗ ଦେବାକୁ ଯାଇଥିଲେ। ଯୁବକମାନଙ୍କ ଅନୁରୋଧ କ୍ରମେ ବିଧାୟକ ଭୂପିନ୍ଦର ସିଂହ କ୍ରିକେଟ୍ ଖେଳିବା ପାଇଁ ନିଷ୍ପତ୍ତି ନେଲେ ଓ ହାତରେ ବ୍ୟାଟ୍ ଧରି ପିଚ୍ ଉପରକୁ ଗଲେ। ଭୂପିନ୍ଦର ସିଂ ହାତରେ ଏକ ବ୍ୟାଟ୍ ଧରି ପ୍ରସ୍ତୁତ ଥିଲେ । ବୋଲର ବୋଲିଂ କରିବା ମାତ୍ରେ ବିଧାୟକ ଖେଳିବାକୁ ଚେଷ୍ଟା କରିଥିଲେ ହେଲେ ବିଧାୟକ ମୁହଁ ମାଡି ତଳେ ପଡିଯାଇଥିଲେ । ଏହି ଘଟଣାର ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଭୂପିନ୍ଦରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ନିମନ୍ତେ ତାଙ୍କୁ ସଙ୍ଗେସଙ୍ଗେ ବେଲଖଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ କ୍ରିକେଟ୍ ପିଚ୍ରେ ଖେଳିବା ପରିବର୍ତ୍ତେ ରାଜନୈତିକ ପିଚ୍ରେ ନିଜକୁ ସୀମିତ ରଖିବାକୁ ରାଜନେତାମାନଙ୍କୁ ମନ୍ତବ୍ୟ ଦେଇଛନ୍ତି।
क्रिकेट खेलते गिरे विधायक, हुए जख्मी!
ओडिशा के नारला के बीजेडी विधायक भूपेन्द्र सिंह कालाहांडी में एक खेल प्रतियोगिता का उद्घाटन करने गए, तभी बल्लेबाजी में हाथ आजमाने लगे, शॉट मारने की कोशिश में पिच पर जा गिरे और बुरी तरह चोटिल हो गए. अस्पताल में इलाज जारी है, वीडियो वायरल हो… pic.twitter.com/qEhLerJYG3
— Gyanendra Shukla (@gyanu999) December 29, 2023