ଭୁବନେଶ୍ୱର: ଦାଦନ ଚାଲାଣକୁ ନେଇ କଣ୍ଟାବାଞ୍ଜି ବିଧାୟକ – କାଉନସିଲର ମୁହାଁମୁହିଁ । ବିଧାୟକ ଲକ୍ଷ୍ମଣ ବାଗ ଓ କାଉନସିଲର ମହମ୍ମଦ ଇମ୍ରାନ ଖାନ ମୁହାଁମୁହିଁ ହୋଇଛନ୍ତି । ପରସ୍ପର ବିରୋଧରେ କଣ୍ଟାବାଞ୍ଜି ଜିଆରପି ଥାନାରେ ଏତଲା ଦେଇଛନ୍ତି । ଦାଦନ ଚାଲାଣ ଓ ଅଶ୍ଳିଳ ଗାଳି ନେଇ ପ୍ରଥମେ ଏତଲା ଦେଇଥିଲେ ବିଧାୟକ । ଗୁଳି କରି ହତ୍ୟା ଧମକ ଅଭିଯୋଗରେ ବିଧାୟକଙ୍କ ନାଁରେ କାଉନସିଲର ଏତଲା ଦେଇଛନ୍ତି । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।










