21.1 C
Bhubaneswar
Wednesday, February 11, 2026
Homeଓଡିଶାନିଖୋଜ ଯୁବକଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର

ନିଖୋଜ ଯୁବକଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର

ବାଲେଶ୍ବର : ଜଣେ ନିଖୋଜ ଯୁବକଙ୍କ ମୃତଦେହ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୟ ରାଜପଥ ତଳନଗର ନିକଟସ୍ଥ ରାସ୍ତାକଡ଼ରୁ ଠାବ ହୋଇଛି। ଯୁବକ ଜଣଙ୍କ ହେଲେ ରେମୁଣା ଥାନା ଅଂଚଳର ଅନୁପ କୁମାର ବାରିକ। ସୂଚନା ଅନୁସାରେ ଗତ ୪ ଦିନ ତଳେ ଅନୁପ ଏଠାକୁ ଆସିଥିବା ବେଳେ ତାଙ୍କ ବାଇକଟିକୁ ରାସ୍ତା ଉପରେ ରଖିଥିଲେ।

ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ବାଇକଟିକୁ ଥନାରେ ରଖିଥିଲା। ମାତ୍ର ଆଜି ଅପରାହ୍ଣରେ ସ୍ଥାନୀୟ ଲୋକେ ଏଠାରେ ଅନୁପକଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅନୁପଙ୍କ ପରିବାର ପକ୍ଷରୁ ଶବ ଚିହ୍ନଟ କରିଥିଲେ। ଶବ ଜବତ କରି ବ୍ୟବଛେଦ ପାଇଁ ନେବା ସହିତ ସାଇନଟିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣଙ୍କ ନିଜେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଯୁବକଙ୍କ ପକେଟ୍‌ରୁ ଏକ ପିସ୍ତଲ ପାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking