କଟକ: ତିନିଦିନ ହେବ ନିଖୋଜଥିବା ଜଣେ ଆଦିବାସୀ ମହିଳା ଉଦ୍ଧାର ହେବା ପରେ ତାଙ୍କୁ ବଳାତ୍କାର କରାଯାିଛି ବୋଲି ମହିଳାଙ୍କ ସ୍ୱାମୀ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତ ୧୮ ତାରିଖ ଶିବରାତ୍ରି ଦିନ ମହିଳା ଜଣକ କଳାବିକାଶ କେନ୍ଦ୍ର ରାସ୍ତା ଅଞ୍ଚଳରେ ନିକୋଜ ହୋଇଥିଲେ । ପରିବାର ଲୋକ ତାଙ୍କୁ ବହୁ ଖୋଜା ଖୋଜି ପରେ ମିଳିନଥିଲେ । ତେବେ କୃଷକବଜାର ମୁଣ୍ଡା ସାହିରୁ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରୁ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ଉଦ୍ଧାର ପରେ ମହିଳା ଦୁର୍ବଳ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କହିବାରୁ ସେ ରାଜି ହୋଇ ନ ଥିଲେ । ମହିଳାଙ୍କ ସହ କିଛି ଅତ୍ୟାଚାର କିମ୍ବା ଅଶାଳୀନ ଆଚରଣ ହୋଇଛି କି ନାହିଁ ତାଙ୍କୁ ପଚାରିବାରୁ ପ୍ରଶ୍ନରେ ସେ ଏସବୁକୁ ଅସ୍ୱୀକାର କରିଥିଲେ । ମାତ୍ର ତାଙ୍କ ସ୍ୱାମୀ ପାରିପାଶ୍ୱିର୍କ ଅବସ୍ଥା ଦେଖି ତାଙ୍କ ସହ କିଛି ଅଶାଳୀନ ଆଚରଣ ହୋଇଥାଇପାରେ ବୋଲି ସନ୍ଦେହରେ ଏତଲା ଦେଇଛନ୍ତି । ଏଣୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।