27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶମାଲୱିର ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ ସୂଚନା

ମାଲୱିର ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ ସୂଚନା

ନୂଆଦିଲ୍ଲୀ: ଦେଶର ଉତ୍ତର ପାର୍ବତ୍ୟ ଜଙ୍ଗଲରେ ମଲାୱୀର ୫୧ ବର୍ଷିୟ ଉପରାଷ୍ଟ୍ରପତି ସୋଲସ ଚିଲିମା ଏବଂ ପୂର୍ବତନ ପ୍ରଥମ ମହିଳା ଶାନିଲ ଡିଜିମିରିଙ୍କୁ ନେଇ ଏକ ସାମରିକ ନିଖୋଜ ବିମାନକୁ ସୈନିକମାନେ ଖୋଜିଥିଲେ ବୋଲି ରାଷ୍ଟ୍ରପତି ଲାଜାରସ ଚକୱେରା ସୋମବାର କହିଛନ୍ତି। ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି ବୋଲି ସୂଚନା ମିଳିଛି । ଉପ ରାଷ୍ଟ୍ରପତି ସୋଲସ କ୍ଲାସ ଚିଲିମାଙ୍କୁ ନେଇ ଯାଉଥିବା ବିମାନଟି ନିଖୋଜ ହୋଇଯାଇଥିବା ସୂଚନା ରହିଛି। ମାଲୱି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ରାଜଧାନୀ ଉପ ରାଷ୍ଟ୍ରପତି ଲିଲଙ୍ଗୱେରୁ ମାଲବୀ ସେନାର ବିମାନରେ ଅନ୍ୟ ୯ ଜଣ ପ୍ରତିନିଧି ମଣ୍ଡଳି ସହ ମଜୁଜୁକୁ ଯାତ୍ରା ଆରମ୍ଭ କରିଥିଲେ । ରାଜଧାନୀରୁ ଉଡାଣର କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନର ନିଖୋଜ ହୋଇଯିବାରୁ ଏବେ ଖୋଜାଖୋଜି ଜାରି ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଲାଜାରସ ଚକୱେରା କହିଛନ୍ତି, ‘‘ମୁଁ ଜାଣେ ଯେ ଏହା ଏକ ହୃଦୟ ବିଦାରକ ପରିସ୍ଥିତି। କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୁଁ ସେହି ବିମାନ ଖୋଜିବା ପାଇଁ ସବୁ ପ୍ରକାରର ଚେଷ୍ଟା ଆରମ୍ଭ କରିଛି। ବଞ୍ଚିଥିବା ଲୋକମାନଙ୍କୁ ପାଇବା ଆଶାରେ ‌ଖୋଜିବା କାମ ତ୍ବରାନ୍ବିତ କରାଯାଇଛି।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking