25.1 C
Bhubaneswar
Tuesday, October 22, 2024
Homeଓଡିଶା୭ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ; ପୋତି ଦେଇଥିବା ସ୍ୱୀକାର କଲେ ୨...

୭ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ; ପୋତି ଦେଇଥିବା ସ୍ୱୀକାର କଲେ ୨ ଶିକାରୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସାଆନ୍ଦା ପଞ୍ଚାୟତ ବାଲିପଶି ଗାଁର ସନାତନ ବେହେରା (୪୭) ପାଖ ଜଙ୍ଗଲରେ ଥିବା ହରିଡାଯୋଡ଼ି ନାଳକୁ ଗତବର୍ଷ ବିଶ୍ୱକର୍ମା ପୂଜାରେ ଚାଞ୍ଚ ବସାଇ ମାଛ ମାରିବାକୁ ଯାଇଥିଲେ । କିନ୍ତୁ ଜଙ୍ଗଲରେ ଗାଁର ୩ ଜଣ ଶିକାରୀ ବାର୍‌ହା ଶିକାର କରିବା ପାଇଁ ଜୀବନ୍ତ ବିଦ୍ୟୁତ୍‌ତାର ବିଛାଇ ଛକି ରହିଥିଲେ ।

ସନାତନ ସେହି ବାଟ ଦେଇ ନାଳକୁ ଯାଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ସନାତନ ଘରକୁ ନଆସିବାରୁ ୨/୩ ଦିନ ଖୋଜାଖୋଜି କରିବା ପରେ ସ୍ତ୍ରୀ ରୀନା ବେହେରା ସାଆନ୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ୭ ମାସ ପରେ ଶିକାର ପାଇଁ ବିଛାଇଥିବା ତାରରେ ମୃତ୍ୟୁବରଣ କରିଥିବା ସନାତନକୁ ଶିକାରୀମାନେ ଜଙ୍ଗଲ ଭିତରେ ଏକ ଗାତ ଖୋଳି ପୋତିଦେଇଥିବା ଜଣେ ଅଭିଯୁକ୍ତ ସନାତନଙ୍କ ସ୍ତ୍ରୀ ରୀନାଙ୍କୁ କହିଥିଲେ ।

ଏ ନେଇ ରିନା ବେହେରା ପୁନର୍ବାର ଥାନାରେ ଏତଲା ଦେଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ୠୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭୁଯୁକ୍ତଙ୍କୁ ନେଇ ପୋତାଯାଇଥିବା ଜାଗା ଚିହ୍ନଟ କରାଯାଇଥିଲା ଓ ସାଇଣ୍ଟିଫିକ ଟିମ ଜରିଆରେ ଖୋଳାଯାଇ କଙ୍କାଳ ଜବତ କରି ଅଧିକ ତଦନ୍ତ ଜାରି ରହିଛି ।

କମାକ୍ଷନାଗାର ଏସଡିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକସ୍ତରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି । ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ ଥାନାରେ ଅଟକ ଥିବାବେଳେ ଅନ୍ୟ ଜଣେ ଫେରାର୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking