ସଇଁନ୍ତଳା: ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକତା ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା ବାହା ବାହା ମାରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ରେ ତାହା ବାଟବଣା ହୋଇପଡିଛି । ପ୍ରକାଶ ଥାଉ କିଯେ, ବ୍ଲକ୍ର ଜାତୀୟ ରାଜପଥ ୨୬ ମହଗାଁ ଠାରେ ଏକ ଭାରସାମ୍ୟ ହରାଇ ଥିବା ମହିଳା ଜଣକ ବସବାସ କରୁଛି । କିନ୍ତୁ ଏକ ଦୁଃଖର ବିଷୟ ଦେଖିବାକୁ ମିଳିଛି ଯେ, କୁଢ଼ କୁଢ଼ ଆବର୍ଜନା ରହି ଥିବା ସ୍ଥାନରୁ ପଚା ସଢା ଖାଦ୍ୟପେୟ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ନିଜର ଭୋକ ମେଣ୍ଟାଇବା ପାଇଁ ଏହି ମହିଳା ଜଣକ ଖାଦ୍ୟ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସରକାରଙ୍କ ଅବହେଳା ଯୋଗୁଁ ଏଭଳି ଅନେକ ଲୋକ ଭୋକ ଉପାସରେ ଦିନ ବିତାଉ ଥିବା ମଧ୍ୟ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମତେ ମନୁଷ୍ୟ ଭିତରୁ ଧୀରେ ଧୀରେ ହଜିଯାଉଛି ମଣିଷ ପଣିଆ । କିଛି ଯୌନ ପିପାସୁଙ୍କ କବଳରୁ ମାନସିକ ଅନଗ୍ରସର ମହିଳା ମଧ୍ୟ ବାଦ ପଡୁନାହାନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ । ସୁଜିଆ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହେବା ପରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ତେବେ ଏଥିରେ ଭାରସାମ୍ୟ ହରାଇ ଥିବା ମହିଳାମାନେ ସୁରକ୍ଷିତ ନ ଥିବା ପରିଲକ୍ଷିତ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ରାଜ୍ୟ ସରକାରଙ୍କ ଏସବୁ ଯୋଜନା କାହା ପାଇଁ ।
ଭୋକ ଉପାସରେ ଆଶ୍ରୟ ନେଉ ଥିବା ମହିଳା ଯଦି ପଚା ସଢା ଖାଦ୍ୟ ଭୋଜନ କରୁଛି ତାହା ଏକ ସ୍ଥାନୀୟ ପ୍ରଶାସନ ଅବହେଳା ଯୋଗୁଁ ଲଜ୍ଜା ଜନକ ବିଷୟ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯାତାୟାତ କରୁଥିବା ସହ ଅନେକ ନେତା , ମନ୍ତ୍ରୀ ଯିବା ଆସିବା କରନ୍ତି ହେଲେ କାହାର ଦୃଷ୍ଟି ପଡୁନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ମୋ ପାଖରେ ଖବର ନ ଥିଲା ଆପଣଙ୍କ ପାଖରୁ ଜାଣିଲି ଓ ଖୁବ୍ଶୀଘ୍ର ଏହି ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଛି ପ୍ରଶାସନ କେବେ ତତ୍ପରତା ଦେଖାଇ ଉଦ୍ଧାର କରୁଛି ।