18.1 C
Bhubaneswar
Saturday, November 23, 2024
Homeଓଡିଶାୟୁକ୍ରେନର ୨ ସହର ଉପରେ ମିସାଇଲ୍ ମାଡ଼: ୪ ମୃତ

ୟୁକ୍ରେନର ୨ ସହର ଉପରେ ମିସାଇଲ୍ ମାଡ଼: ୪ ମୃତ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନାହିଁ ଋଷ୍-ୟୁକ୍ରେନ ଯୁଦ୍ଧ । କେତେବେଳେ ୟୁକ୍ରେନ, ଋଷ୍ ସେନା ଉପରେ ଭାରି ପଡୁଛି ତ ପୁଣି କେତେବେଳେ ମସ୍କୋ ସେନା ଆଟାକ୍ କରୁଛି । ମିସାଇଲ ମାଡ଼ରେ ମାଟିରେ ମିଶୁଛି ବଡ଼ ବିଲ୍ଡିଂ ଓ ସହର । ହଜାର ହଜାର ସଂଖ୍ୟାରେ ନିରୀହ ଜୀବନ ଗୁଳି ମାଡ଼ରେ ଟଳିପଡ଼ୁଛନ୍ତି ।

ଯୁଦ୍ଧରେ ସାମାନ୍ୟ ଶାନ୍ତ ପଡ଼ିଥିବା ଋଷ୍ ପୁଣି ଥରେ ପ୍ରୋ-ଆକ୍ଟିଭ ହୋଇଛି । ପ୍ରାଇଭେଟ୍ ସେନାର ଗୃହଯୁଦ୍ଧ ଥମିବା ପରେ ୟୁକ୍ରେନକୁ ଟାର୍ଗେଟ୍ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ୍ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ହମଲା କରିଛନ୍ତି ।

ମିସାଇଲ ମାଡ଼ରେ ଥରି ଉଠିଲା ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହର । ଜନଗହଳି ସ୍ଥାନରେ ବାଲଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି  । ଏଥିରେ ଜଣେ ଛୋଟ ପିଲା ସହିତ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

CNN ମୁତାବକ ସ୍ଥାନୀୟ ସମୟ ସାଢେ ୭ଟା ବେଳେ ମିସାଇଲ୍ ଆଟାକ୍ ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ଏହି ହମଲାରେ ସ୍ପଷ୍ଟ ଭାବେ ସୂଚନା ନଥିଲେ ବି ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ ଆହତ ହୋଇଛନ୍ତି । ସହର ଯେଉଁଠି ମିସାଇଲ୍ ମାଡ଼ ହୋଇଛି, ତାହା କେନ୍ଦ୍ରସ୍ଥଳି ।

ସେହିପରି ଦ୍ବିତୀୟ ମିସାଇଲ ସହର ବାହାର ଅଞ୍ଚଳରେ ମାଡ଼ ହୋଇଛି । ୟୁକ୍ରେନର ମନ୍ତ୍ରୀ ଈହୋର କ୍ଲିମେକୋରେ ଟେଲିଗ୍ରାମରେ ଟିପ୍ପଣୀ ଦେଇ କହିଛନ୍ତି, ଋଷ୍ ଜାଣିଶୁଣି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍ କରୁଛି । ହମଲାର କିଛି ସମୟ ପରେ ବିପର୍ଯ୍ୟୟ ପ୍ରଶମନ ଟିମ୍ ଉଦ୍ଧାର କାମରେ ଲାଗିପଡ଼ିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

୨୦୨୨ ଫେବ୍ରୁଆରୀ ୨୪ରେ ଋଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା । ଦେଢ ବର୍ଷରୁ ଅଧିକ ସମୟ ହେଲା ଯୁଦ୍ଧ ଜାରି ରହିଛି । ଋଷ୍ ଠାରୁ ୟୁକ୍ରେନ ଅନେକ ସହର ଛଡ଼ାଇ ନେଇଥିଲେ ମଧ୍ୟ ଏବେବି କିଛି ସହରକୁ କବଜା କରିଛି ଋଷ୍ ସେନା । କିଛି ଦିନ ଶାନ୍ତି ପରେ ପୁଣି ଥରେ ଋଷ୍ ୟୁକ୍ରେନର ସହର ଉପରେ ଜୋରଦାର ହମଲା କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking