ନୂଆଦିଲ୍ଲୀ :ମିସ୍ ୟୁନିଭର୍ସ ୨୦୨୨ ଘୋଷଣା କରାଯାଇଛି। ଆମେରିକାର ଆର ବୋନି ଗାବ୍ରିଏଲ୍ ମିସ୍ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ହର୍ନାଜ୍ ସାନ୍ଧୁ ଗାବ୍ରିଏଲ୍ ଙ୍କୁ ତାଙ୍କ ମୁକୁଟ ପିନ୍ଧେଇଥିଲେ। ଏହି ପ୍ରତିଯୋଗିତାରେ ଭେନେଜୁଏଲର ଅମାଣ୍ଡା ଡୁଡାମେଲ ପ୍ରଥମ ରନର୍ ଅପ୍ ଘୋଷିତ ହୋଇଥିଲେ। ଡୋମିନିକାନ୍ ରିପବ୍ଲିକର ଆଣ୍ଡ୍ରିନା ମାର୍ଟିନେଜ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ଭାରତର ଦିବିତା ରାୟ ସେମିଫାଇନାଲରେ ପ୍ରବେଶ କରି ପାରିନଥିଲେ । ସୂଚାନମୂତାବକ ଜାତୀୟ ପୋଷାକ ରାଉଣ୍ଡରେ ସେ ଏକ ସୁବର୍ଣ୍ଣ ପକ୍ଷୀ ହୋଇ ଧ୍ୟାନ ଆକର୍ଷଣ କରିଥିଲେ।
The new Miss Universe is USA!!! #MISSUNIVERSE pic.twitter.com/7vryvLV92Y
— Miss Universe (@MissUniverse) January 15, 2023
ଟପ୍ ୩ ପ୍ରତିଯୋଗୀଙ୍କ ତାଲିକାରେ ଭେନେଜୁଏଲାର ଅମାଣ୍ଡା ଡୁଡାମେଲ ନ୍ୟୁମେନ, ଆମେରିକାର ଆର୍ ବୋନି ଗାବ୍ରିଏଲ୍ ଓ ଡୋମିନିକନ ରିପବ୍ଲିକର ଏଣ୍ଡ୍ରିନା ମାର୍ଟିନେଜଙ୍କୁ ସ୍ଥାନ ମିଳିଥିଲା। ସେପଟେ ଭାରତ ତରଫରୁ ପ୍ରତିନିଧିତ୍ୱ କରୁଥିବା ଦିବିତା ରାୟ ଟପ୍ ୧୬ରେ ନିଜକୁ ସ୍ଥାନିତ କରିଥିଲେ ମଧ୍ୟ ଟପ୍ ୫ରେ ନିଜ ପାଇଁ ଜାଗା ସୃଷ୍ଟି କରିପାରି ନ ଥିଲେ। ଦିବିତା ଟପ୍ ୧୬ ପର୍ଯ୍ୟନ୍ତ ଯାଇପାରିଥିଲେ। କଷ୍ଟ୍ୟୁମ୍ ରାଉଣ୍ଡରେ ସେ ସୁନାର ଚଢ଼େଇ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ମିସ୍ ୟୁନିଭର୍ସ ୨୦୨୨ ବିଜୟିନୀ ବୋନି ଗାବ୍ରିଏଲ୍ ଆମେରିକାର ଟେକ୍ସାସ୍ରେ ରୁହନ୍ତି। ସେ ପେସାରେ ଜଣେ ଫ୍ୟାଶନ ଡିଜାଇନର୍। ଚଳିତ ବର୍ଷ ମିସ୍ ୟୁନିଭର୍ସଙ୍କୁ ଏକ ନୂଆ ମୁକୁଟ ପିନ୍ଧାଯାଇଥିଲା। ଏହି ମୁକୁଟକୁ ଫେମସ୍ ଲଗ୍ଜୁରୀ ଜୁଏଲେରୀ ‘Mouawad’ ଡିଜାଇନ୍ କରିଥିଲା। ମୁକୁଟର ଦାମ୍ ପାଖାପାଖି ୪୬ କୋଟି ଟଙ୍କା ଏବଂ ଏଥିରେ ହୀରା ଓ ନୀଲମ୍ ଖଚିତ ରହିଛି। ପୂରା ମୁକୁଟରେ ମୋଟ ୯୯୩ଟି ଷ୍ଟୋନ୍ ଲାଗିଛି।
ତେବେ ଗତବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଟାଇଟଲ୍ ଭାରତର ହରନାଜ ସିନ୍ଧୁ ଜିତିଥିଲେ। ଲାରା ଦତ୍ତା ଓ ସୁସ୍ମିତା ସେନଙ୍କ ପରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିବାରେ ହରନାଜ ସିନ୍ଧୁ ହେଉଛନ୍ତି ତୃତୀୟ ଭାରତୀୟ। କହି ରଖୁଛୁ, ମିସ୍ ୟୁନିଭର୍ସ ୨୦୨୨ ବୋନି ଗାବ୍ରିଏଲ୍ଙ୍କୁ ମୁକୁଟ ପିନ୍ଧାଇବା ସମୟରେ ହରନାଜ ସିନ୍ଧୁ ସାମାନ୍ୟ ଇମୋସ୍ନାଲ ହୋଇ ଯାଇଥିଲେ।