18.1 C
Bhubaneswar
Friday, November 22, 2024
Homeଅପରାଧପ୍ରମାଣ ଅଭାବରୁ ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷ

ପ୍ରମାଣ ଅଭାବରୁ ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ ଜଜ ଗଣେଶ୍ୱର ପତି ଆଜି ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ ନୂଆଗାଁ ଥାନା ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ କୁମାର ରଣା(୨୬)ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏନେଇ ମୁଦୁଲାଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିବା ଅନିଲ କୁମାର ପଢ଼ି ଓ ମହେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୨୦ ଅଗଷ୍ଟ ୧୦ରେ ଜନୈକା ନାବାଳିକାଙ୍କୁ ଅପହରଣ କରାଯାଇଥିଲା । ଝିଅର ସନ୍ଧାନ ନ ପାଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିଲା । କିଛିଦିନ ପରେ ପୁଲିସ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ତାଙ୍କରି ବୟାନକୁ ରେକର୍ଡ କରିଥିଲା ।

ଅଭିଯୁକ୍ତଙ୍କୁ ଗିରଫ ପରେ ତାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୁଲିସ କୋର୍ଟ ଚାଲାଣ କରିଥିଲା । ତଦନ୍ତକାରୀ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଅଭିଯୁକ୍ତ ଜଣଙ୍କ କିଛିଦିନ ବ୍ରହ୍ମପୁର ମଣ୍ଡଳକାରାଗାରରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି ବେଳେ ଅଭିଯୁକ୍ତ ସନ୍ତୋଷଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଜଜ୍ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking