29.1 C
Bhubaneswar
Monday, March 23, 2026
Homeଓଡିଶାବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

କୋରାପୁଟ: ନୂଆବର୍ଷର ପ୍ରଥମ ଦିନରେ କୋରାପୁଟ ଜିଲ୍ଲାରେ ଦୁଇଟି ବର୍ବର ହତ୍ୟାକାଣ୍ଡ ଘଟିଛି। ବୋରିଗୁମ୍ମା ବ୍ଲକ୍‌ରେ ଭୋଜି କରି ଯୁବକଙ୍କୁ ହତ୍ୟା କରାଯାଇଛି। ସେହିପରି ବୈପାରିଗୁଡ଼ା ବ୍ଲକ୍‌ରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଉଭୟ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ହତ୍ୟା ପଛର କାରଣ ସ୍ପଷ୍ଟ କରିପାରନି। ବୋରିଗୁମ୍ମା ବ୍ଲକ୍ ନକୁଳଗୁଡ଼ା ଗାଁର ଜଗନ୍ନାଥ ମାଝୀ (୨୮) ନୂଆବର୍ଷ ପାଇଁ ସକାଳୁ ସାଙ୍ଗସାଥୀଙ୍କ ସହ ଭୋଜି କରିଥିଲେ। ରାତିରେ ପୁଣି ସାଙ୍ଗସାଥୀଙ୍କ ଘର ପଛପଟ ପରିବା କିଆରିରେ ଭୋଜି କରି ଘରକୁ ଫେରିନଥିଲେ। ସକାଳୁ ମା’ ଖୋଜିଖୋଜି ଆରମ୍ଭ କରିଥିଲେ। ଘର ପଛପଟ ପରିବା କିଆରିରେ ରକ୍ତ ଜୁଡ଼ୁବୁଡ଼ୁ ଜଗନ୍ନାଥଙ୍କ ମୃତଦେହ ଠାବ ହୋଇଥିଲା। ଖବର ପାଇ ବିସିଂହପୁର ଥାନା ପୁଲିସ ସହ ବୋରିଗୁମ୍ମା ଏସ୍‌ଡିପିଓ ତପସ୍ୱିନୀ କହଁର ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଏସ୍‌ଆଇ ସୂରଜ କୁମାର ପ୍ରଧାନ ତଦନ୍ତ ଜାରି ରଖିଛନ୍ତି। ସନ୍ଦେହରେ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନିଆଯିବ ବୋଲି ସୂଚନା ମିଳିଛି।

ସେହିପରି ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଗାଡ଼ପୁଟ ଗାଁର ସଦନ ପାଙ୍ଗି (୬୦)ଙ୍କୁ ଗତକାଲି ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ବୋଦାପୁଟ ପଞ୍ଚାୟତର ଆମଟିଗୁଡ଼ା ଗାଁରେ ରହୁଥିବା ଝିଅ ଘରକୁ ବୁଲିବା ପାଇଁ ସଦନ ଆସିଥିଲେ। ଗତକାଲି ସଂଧ୍ୟାରେ ନିକଟସ୍ଥ କାତପଡ଼ା ଗାଁକୁ କୌଣସି କାମରେ ଯାଇଥିଲେ। ରାତିରେ ବାପା ଘରକୁ ନ ଫେରିବାରୁ ଝିଅ ନୟନା ହନ୍ତାଳ ଓ ଅନ୍ୟମାନେ ଖୋଜାଖୋଜି କରିଥିଲେ। ଆମଟିଗୁଡ଼ା-କାତପଡ଼ା ରାସ୍ତା ମଝିରେ ସଦନଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଜି ନୟନା ବୈପାରିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ଦେବାରୁ ଆଇଆଇସି ଦୀପାଞ୍ଜଳି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ଯାଞ୍ଚ କରିବାରୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ସଦନଙ୍କ ମୁଣ୍ଡ ପଛପଟେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking