28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସ୍‌ଙ୍କ ସହ ଅସଦାଚରଣ

ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସ୍‌ଙ୍କ ସହ ଅସଦାଚରଣ

ନୂଆଦିଲ୍ଲୀ:ବିମାନରେ ଅସଦାଚରଣ ଘଟଣା ଥମିବାର ନାଁ ଧରୁନାହିଁ। ଏଭଳି ଆଉ ଏକ ମାମଲା ଏବେ ପାଟନାରୁ ଆସିଛି। ଏଠାରେ ଇଣ୍ଡିଗୋ ବିମାନରେ ଜଣେ ଏୟାର ହୋଷ୍ଟେସ୍‌ଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଇଣ୍ଡିଗୋର ଏହି ବିମାନ ହାଇଦ୍ରାବାଦରୁ ପାଟନା ଆସୁଥିଲା। ଏଥିରେ ଥିବା ଯାତ୍ରୀ ଜଣକ ଏୟାର ହୋଷ୍ଟସ୍‌ଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହାପରେ ସେ ନିଜକୁ ବିମାନର ଟଏଲେଟ୍‌ରେ ବନ୍ଦ କରି ଦେଇଥିଲେ। ବିମାନ ଲ୍ୟାଣ୍ଡ୍‌ କରିବା ପୂର୍ବରୁ କର୍ମଚାରୀମାନେ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ଯେମିତି ବିମାନ ପାଟନା ଏୟାରପୋର୍ଟରେ ଓହ୍ଲାଇଥିଲା, ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନିଆଯାଇଥିଲା। ପରେ ଜଣାପଡ଼ିଥିଲା ଯେ ଯାତ୍ରୀ ଜଣକ ମାନସିକ ରୂପେ ଅସୁସ୍ଥ। ତାଙ୍କ ପାଖରୁ କିଛି ଔଷଧ ଏବଂ ଡାକ୍ତରୀ ପରାମର୍ଶ ପତ୍ର ମଧ୍ୟ ମିଳିଛି, ଯାହାକୁ ପୋଲିସ ଯାଞ୍ଚ କରୁଛି।

ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି କି, ବିମାନ ସଂଖ୍ୟା ୬ଇ ୧୨୬ରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କ ନାଁ କମର୍‌ ରେୟାଜ। ଯେତେବେଳେ ବିମାନ ଆକାଶରେ ଉଡ଼ୁଥିଲା, ସେହି ସମୟରେ ସେ ଏୟାର ହୋଷ୍ଟେସ୍‌ଙ୍କ ସହ ଅସଦାଚରଣ କରିଥିଲେ। ପଚରାଉଚରା ବେଳେ ସେ କହିଥିଲେ କି, ଏୟାର ହୋଷ୍ଟେସ୍‌ଙ୍କ ସୁନ୍ଦରତା ପ୍ରତି ସେ ଆକର୍ଷିତ ହୋଇ ତାଙ୍କ ସହିତ କଥା ହେବା ପାଇଁ ଯାଇଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking