13.1 C
Bhubaneswar
Sunday, December 7, 2025
Homeଓଡିଶାନିଶାସକ୍ତ ବାପକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ

ନିଶାସକ୍ତ ବାପକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ

ଭୁବନେଶ୍ୱର: ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି | ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି | ମୃତକ ହେଲେ ଗଜରାଜ ଭୋଇ ଓରଫ ଗଜାନନ | ଗଜରାଜ ମଦ୍ୟପାନ କରି ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ | ଗତକାଲି ରାତିରେ ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ | ଉତକ୍ଷିପ୍ତ ହୋଇ ପୁଅ ଲୁହାଛଡ଼ରେ ବାପାର ମୁଣ୍ଡକୁ ପିଟି ଦେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତ |ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ମୃତୟନ ହେବା ସହ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି | ସୂଚନା ଅନୁସାରେ, ଗଜରାଜ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି | ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ | ଗଜରାଜ ପ୍ରତ୍ୟେକ ଦିନ ମଦ ପିଇ ଘରେ ଓ ପଡ଼ିଶା ଲୋକଙ୍କୁ ଗାଳିଗୁଲଜ କରୁଥିଲେ | ତାଙ୍କ ପତ୍ନୀ ରଚନାଙ୍କୁ ବହୁ ବାର ମାଡ଼ ମାରି ଆହତ କରୁଥିଲେ | ସେଥିପାଇଁ ରଚନା ବିବାହର କିଛି ବର୍ଷ ପରେ ପିଲାମାନଙ୍କୁ ନେଇ ବାଲିଅନ୍ତା ଥାନା ଗାଣ୍ଡିଲୋ ଗ୍ରାମ ନିଜ ବାପଘରକୁ ଚାଲି ଯାଇଥିଲେ | ପୁଅ ଏବଂ ଝିଅ ମାମୁଁ ଘରେ ରହି ପାଠ ପଢ଼ନ୍ତି |

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking