28.1 C
Bhubaneswar
Saturday, October 19, 2024
Homeଅପରାଧନାବାଳିକା ବଳାତ୍କାର ମାମଲା; ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳାତ୍କାର ମାମଲା; ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ମାହାଙ୍ଗା ଥାନା ଅଂଚଳରେ ୨୦୧୩ ମସିହାରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଆଜି ପ୍ରକାଶ ପାଇଛି । ଜଣେ ୧୮ ବର୍ଷରୁ କମ୍ ବୟସର ନାବାଳିକାକୁ ବଳାତ୍କାର କରିବା ମାମଲାରେ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ ରାମକାପୁରର ଶ୍ୟାମସୁନ୍ଦର ବେହେରା(୫୯)କୁ ଦୋଷୀ ସାବ୍ୟସ୍ତ କରି କଟକ ସ୍ୱତନ୍ତ୍ର ପୋକ୍‌ସୋ ଫାଷ୍ଟଟ୍ରାକ କୋର୍ଟ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଦୋଷୀକୁ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏହାସହ ପୀଡ଼ିତାକୁ ଆଇନ ଅନୁଯାୟୀ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ତନ୍ମଧ୍ୟରୁ ୪ ଲକ୍ଷ ଟଙ୍କା ପିଡ଼ିତାଙ୍କ ନାମରେ ଏକ ଜାତୀୟକରଣ ବ୍ୟାଙ୍କରେ ୬ ବର୍ଷ ଯାଏ ସ୍ଥାୟୀ ଜମା ରଖାଯିବା ସହ ଅବଶିଷ୍ଟ ୩ ଲକ୍ଷ ଟଙ୍କା ତାଙ୍କୁ ନଗଦ ଆକାରରେ ପ୍ରଦାନ କରିବାକୁ ଅଦାଲତ ରାୟ ପ୍ରଦାନ କରିଛନ୍ତି । ଗତ ମାର୍ଚ୍ଚ ୩୧ ତାରିଖରେ ମାମଲାର ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରହିଥିଲା । ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ପକ୍ଷରୁ ୨୦୧୪ ଅକ୍ଟୋବର ୨୬ ତାରିଖରେ ମାହାଙ୍ଗା ଥାନାରେ ଏତଲା ଦିଆଯାଇଥିଲା । ଗାଁରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ଶ୍ୟାମସୁନ୍ଦର ନାବାଳିକାଙ୍କୁ ୩/୪ ଦିନ ଧରି ବଳାତ୍କାର କରିଥିଲେ । ଯଦ୍ୱାରା ସେ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୧୮ ମେ ମାସ ୨୯ ତାରିଖରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ପିଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking