27.1 C
Bhubaneswar
Monday, January 12, 2026
Homeଅପରାଧନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆଡହକ ଫାଷ୍ଟଟ୍ରାକ ଅତିରିକ୍ତ ସେସନସ କୋର୍ଟ ବିଚାରପତି ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ୧୧ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଡେରାବିଶ ଥାନା ଅଞ୍ଚଳର ବାବୁଲି ଓରଫ କୁଳମଣି ସାମଲ। ମାମଲାର ବିବରଣୀ ଅନୁଯାୟୀ ଅଭିଯୁକ୍ତ ଜଣକ ହେଉଛନ୍ତି ନାବାଳିକାଙ୍କ ପଡୋଶୀ। ସେ ନାବାଳିକାଙ୍କ ଘରକୁ ଯିବା ଆସିବା କରିଥାନ୍ତି। ୨୦୨୩ମସିହା ଜୁଲାଇ ୨୩ତାରିଖରେ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ ଯେ ଘରେ କେହିନଥିବାର ସୁଯୋଗ ନେଇ ନାବାଳିକାକୁ ଅଭିଯୁକ୍ତ ଘରୁ ଉଠାଇନେଇଥିଲେ। ସେଠାରୁ କିଛି ଦୂରରେ ଥିବା ସ୍କୁଲ ପଛପଟ ପରିତ୍ୟକ୍ତ ସ୍ଥାନକୁ ନେଇ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ନାବାଳିକାଙ୍କ ମାସିକ ଋତୁସ୍ରାବ ବନ୍ଦ ହେବା କାରଣରୁ ମା’ର ସନ୍ଦେହ ହୋଇଥିଲା। ଏନେଇ ମା’ଝିଅକୁ ଡାକ୍ତରଖାନା ନେଇ ଯାଇଥିଲେ। ସେତେବେଳକୁ ନାବାଳିକା ଜଣଙ୍କ ୫ମାସର ଗର୍ଭବତୀ ଥିବା ଡାକ୍ତର ପରୀକ୍ଷା କରି କହିଥିଲେ। କିନ୍ତୁ ଗର୍ଭ ନଷ୍ଟ କରିବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ନଥିଲା। କାରଣ ଗର୍ଭ ନଷ୍ଟ କରିଥିଲେ ନାବାଳିକାଙ୍କ ଜୀବନ ପ୍ରତି ବିପଦ ରହିଥିଲା। ତେଣୁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ମାନି ଗର୍ଭ ନଷ୍ଟ କରିନଥିଲେ।

ଏହାର କିଛିମାସ ପରେ ନାବାଳିକା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅଭିଯୁକ୍ତ ବିରୋଧରେ ଡେରାବିଶ ଥାନାରେ ନାବାଳିକାଙ୍କ ମା’ ଦେଇଥିବା ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି କୁଳମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲକୁ ପଠାଇ ଦିଆଯାଇଥିଲା। ଡେରାବିଶ ଥାନା ପୋଲିସ ୨୦୨୩ମସିହା ସେପ୍ଟମ୍ବରମାସ ୨୯ ତାରିଖରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ କନ୍ୟା ସନ୍ତାନର ଡିଏନଏ ସହ ଅଭିଯୁକ୍ତର ଡିଏନଏ ପରୀକ୍ଷା କରାଯାଇଥିଲା। ଡିଏନଏ ପରୀକ୍ଷାରୁ ସ୍ପଷ୍ଟ ପ୍ରମାଣ ମିଳିଥିଲା ଯେ ଅଭିଯୁକ୍ତର ଔରସରୁ ସେହି କନ୍ୟା ସନ୍ତାନଟି ଜନ୍ମ ହୋଇଛି। କୋର୍ଟରେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଆଡହକ ଫାଷ୍ଟଟ୍ରାକ ଅତିରିକ୍ତ ସେସନସ କୋର୍ଟର ବିଚାରପତି ତ୍ରୀବିକ୍ରମକେଶରୀ ଚିନ୍ନାରା ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଏହାସହ ପୀଡିତା ଛାତ୍ରୀଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ ସାହୁ ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking