ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମର ଜନୈକ ନାବାଳିକାଙ୍କୁ ସେହି ଗାଁର ଜଣେ ଯୁବକ ବାରମ୍ବାର ଦୁଷ୍କର୍ମ କରିବା ପରେ ଗର୍ଭବତୀ ହେବାରୁ ତାକୁ ଔଷଧ ଦେଇ ଗର୍ଭନଷ୍ଟ କରିଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ୨୦୧୭ରେ ନାବାଳିକାଟି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ବିଦ୍ୟାଳୟରୁ ଫେରିବା ସମୟରେ ଯୁବକ ଜଣକ ଅଧା ବାଟରେ ନାବାଳିବାକୁ ଜୋର ଜବରଦସ୍ତ ନିଜ ଗାଡିରେ ବସାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଏହି ଖବର ବାପାମାଆଙ୍କୁ କହିଲେ ଘରେ ରଖିଥିବା ବନ୍ଧୁକରେ ମାରିଦେବି ଧମକ ଦେଇଥିଲେ । ଏହାପରେ ପୁଣି ଏକୁଟିଆ ଦେଖି ବାରମ୍ବାର ଦୁଷ୍କର୍ମ କରିବା ପରେ ନାବାଳିକାଟି ଗର୍ଭବତୀ ହୋଇଥିଲେ । ଗର୍ଭନଷ୍ଟ କରିବା ପାଇଁ ଔଷଧ ଦେଇଥିଲେ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ନାବାଳିକା ଜଣକ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ଏହାପରେ ପରିବାର ଲୋକେ ନାବାଳିକାକୁ ମାମୁଁଘର ପାରଳାଖେମୁଣ୍ଡି ନିକଟ ବୁଗୁଡ଼ା ଗ୍ରାମକୁ ପଠାଇଥିଲେ । ସେଠାକୁ ମଧ୍ୟ ଯୁବକ ଜଣକ ବାରମ୍ବାର ଦେଖା କରିବା ପାଇଁ ଯାଇଥିଲେ । କିନ୍ତୁୁ ମାମୁଘର ଲୋକେ ଦେଖା କରିବାକୁ ଦେଇନଥିେଲେ । ପ୍ରାୟ ୫ ବର୍ଷ ମାମୁଘରେ ରହିବା ପରେ ନାବାଳିକା ଜଣକ ଚଳିତ ମାସ ୧ ତାରିଖରେ ନିଜ ଘରକୁ ଫେରିଥିଲେ । ମହାଶିବରାତ୍ରି ରାତି ୯ଟାରେ ଗ୍ରାମ ମନ୍ଦିରକୁ ଯାଉଥିବା ବେଳେ ବାଟରୁ ନାବାଳିକାକୁ ଟେକି ନେଇ ଯୁବକ ଜଣକ ଦୁଷ୍କର୍ମ କରିଥିଲେ । ପୁଣି ସକାଳୁ ଗାଧୋଇବା ପାଇଁ ଯାଇଥିବା ବେଳେ ବନ୍ଧୁକ ଦେଖାଇ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହ ନାବାଳିବାକୁ ବନ୍ଧୁକରେ ମାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଜୀବନ ବଞ୍ଚାର ସେ ଦୌଡ଼ି ଆସି ପରିବାର ଲୋକଙ୍କୁ ସମସ୍ତ ବିଷୟ କହିବା ପରେ ଗ୍ରାମରେ ଏକ ବୈଠକ ବସିଥିଲା । ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ କିଛି ସଫଳ ନମିଳିବାରୁ ଶେଷରେ ଅଡ଼ବା ଥାନାର ଦ୍ୱାରସ୍ଥ ହୋଇଥିଲେ ନାବାଳିକା । ଏନେଇ ଥାନାରେ କେସ ରୁଜୁ ହେବା ସହ ଜନୈକ ଯୁବକଙ୍କୁ ଅଟକ ରଖି ପୁଲିିସ୍ ପଚରାଉଚରା କରୁଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି ।