26.1 C
Bhubaneswar
Sunday, March 1, 2026
Homeଅପରାଧଚକୋଲେଟ୍ ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଚକୋଲେଟ୍ ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ପାରାଦୀପ: ପାରାଦୀପ ସବ୍‌ଷ୍ଟେସନ ବସ୍ତିର ଲୋକନାଥ କ୍ୟାଲୋନୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକକୁ ଧରି ନିସ୍ତୁକ ପିଟିବା ସହ ଆଦର୍ଶ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ବସ୍ତିର ଜଣେ ୬ ବର୍ଷର ନାବାଳିକାକୁ ରାଜା ଖାନ ନାମକ ଏକ ଯୁବକ ଚକୋଲେଟ୍ ଦେବା ବାହାନାରେ ଦୋକାନ ଭିତରକୁ ଡାକି ତା ସହ ଦୁଷ୍କର୍ମ କରିଥିଲା। ଦୀର୍ଘ ୩ଦିନ ହେବ ଉକ୍ତ ନାବାଳିକାକୁ ମଦ ପିଆଇ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ନାବାଳିକା କୌଣସି ପ୍ରକାର ଖସି ଆସିବା ପାଇଁ ସଫଳ ହେବା ସହ ପାଖ ପଡ଼ୋଶୀକୁ ଘଟଣା ବିଷୟରେ ଜଣାଇଥିଲା। ପାଖରେ ଥିବା ପଡ଼ୋଶୀମାନେ ଏହି ଖବର ପାଇବା ପରେ ଉକ୍ତ ଯୁବକ ରାଜା ଖାନ ବୟସ(୨୭ )କୁ କାବୁ କରିବାରେ ସଫଳ ହୋଇଥିଲେ। ହେଲେ ଉକ୍ତ ଯୁବକ ଅତି ଚତୁରତାର ସହ କଲୋନୀ ଲୋକଙ୍କ ଆଖିରେ ଧୂଳିଦେଇ ଖସି ଯାଉଥିବା ସମୟରେ କଲୋନୀର ମହିଳାମାନେ ମାଡିବସି ନିର୍ଧୁମ ଛେଚିବା ସହ ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଥିଲେ। ଉକ୍ତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଛପାଲି ଅଞ୍ଚଳରେ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking