33.1 C
Bhubaneswar
Saturday, October 5, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଭଦ୍ରକ: ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସିନ୍ଦୋଳ ପଞ୍ଚାୟତ ଇନ୍ଦ୍ରିଆ ଗ୍ରାମରେ ଜନୈକା ନାବାଳିକାକୁ ସେହି ଗ୍ରାମର ଇସ୍ତାର ଖାଁ ନାମକ ଜଣେ ଯୁବକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଇସ୍ତାର ଖାଁ ନାମକ ସମ୍ପୃକ୍ତ ଯୁବକ ନାବାଳିକାର ଘରକୁ ଗତ ଦୁଇ ବର୍ଷ ଧରି ନିୟମିତ ଆସୁଥିଲେ । ଦିନେ ଘରେ କେହି ନଥିବାର ସୁଯୋଗ ନେଇ ଇସ୍ତାର ତାଙ୍କ ନାବାଳିକା କନ୍ୟା ସହ ଦୁଷ୍କର୍ମ କରିଥିଲା । ଏକଥା କାହାରିକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଚାଲିଥିଲେ । ନାବାଳିକା ଜଣକ ନିଜର ପିତାମାତାଙ୍କୁ ଏ କଥା ଜଣାଇଥିଲେ ।

ଚଳିତ ବର୍ଷ ରଜର ଦୁଇଦିନ ପରେ ଦୁଷ୍କର୍ମ କରୁଥିବା ସମୟରେ ନାବାଳିକାର ଅଭିଭାବକମାନେ ତାକୁ ଘଟଣାସ୍ଥଳରେ ଧରିଥିଲେ । ଏ ଘଟଣା ସମ୍ପର୍କରେ ଇସ୍ତାରଙ୍କ ବାପାମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଦିଆଯାଇଥିଲେ । ତେବେ ସମ୍ପୃକ୍ତ ଝିଅ ସହ ବିବାହ କରିବା ପାଇଁ ଇସ୍ତାରର ବାପାମା’ ସମ୍ମତି ଦେଇଥିଲେ । ୨ ମାସ ପରେ ଯେତେବେଳେ ବିବାହ ସମ୍ପର୍କରେ ପଚାରିବାକୁ ଗଲେ, ଇସ୍ତାରର ପିତାମାତା ଗାଳିଗୁଳଜ ସହ ଧମକ ମଧ୍ୟ ଦେଇଥିଲେ । ଅପର ପକ୍ଷେ ଯୁବକ ଇସ୍ତାର ମଧ୍ୟ ନିଖୋଜ ହୋଇଯାଇଥିଲେ । ଏହି ଅଭିଯୋଗ ଆଧାରରେ ପୀରହାଟ ଥାନା ପୁଲିସ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରି ଇସ୍ତାରକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking