38.8 C
Bhubaneswar
Sunday, April 12, 2026
Homeଅପରାଧଭାଉଜ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲା ନାବାଳକ ଦିଅର

ଭାଉଜ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲା ନାବାଳକ ଦିଅର

ଲକ୍ଷ୍ନୌ : କୁହାଯାଏ ଭାଉଜ ହେଉଛନ୍ତି ମାଆ ସମାନ । କିନ୍ତୁ ଭାଉଜ ଯଦି ଦିଅରଙ୍କ ସହ ଖରାପ ସମ୍ପର୍କ ତାହେଲେ କଣ କହିବା । ନବମ ଶ୍ରେଣୀ ନାବାଳକ ଦିଅର ସହ ଖରାପ ସମ୍ପର୍କ ରଖିଲେ ଏବଂ ଭିଡିଓ କଲେ । ନିଜ ଦିଅରଙ୍କ ସାଙ୍ଗ ସହ ଏଭଳି ଖରାପ କାମ କରିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଖବର । କେବଳ ଏତିକି ନୁହେଁ ଖରାପ ସମ୍ପର୍କ ରଖିବା ପରେ ନାବାଳକଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ମଧ୍ୟ ଅଭିଯୋଗ ହୋଇଛି

ନାବାଳକ ଜଣକ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ଏବଂ ପରେ ଜାଣିବାକୁ ପାଇଥିଲେ କି, ତାଙ୍କ ଘରକୁ ଯାଇଛନ୍ତି ବୋଲି । ପଚରା ପଚରି କରିବା ପରେ ଜଣାପଇଥିଲା କି, ସାଙ୍ଗଙ୍କ ଭାଉଜ ନାବାଳକଙ୍କୁ ଧରି ବାହାରକୁ ଯାଇଛନ୍ତି । ପରେ ନାବାଳକଙ୍କ ମାଆ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାକୁ ଗୁରୁତର ନେବା ସହ ଖୋଜାଖୋଜି କରିଥିଲା । ଆଉ ଶେଷରେ ନୈନିତାଲର ଏକ ହୋଟେଲରୁ ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ନାବାଳକ ଜଣକ ବେଶ ଭୟଭୀତ ହୋଇଯାଇଥିଲେ । ପରେ ସେ ସବୁ କଥା କହିଥିଲେ । ଭାଉଜ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଆଉ ପରେ ଭିଡିଓକୁ ଭାଇରାଲ କରାଇବାକୁ ଧମକ ମଧ୍ୟ ଦେଇଥିଲେ । ୧୦ ଲକ୍ଷ ଟଙ୍କା ପରିବାର ଲୋକଙ୍କଠାରୁ ଆଣିବା ପାଇଁ ମଧ୍ୟ କହିଥିଲେ । ଭୟରେ ହୋଟେଲରେ ରହିଥିଲେ ଏହି ନାବାଳକ ଜଣକ । ମହିଳାଙ୍କୁ ପୋକ୍ସୋ ଆଇନ୍ ଅନୁସାରେ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏବେ ମହିଳା ଜଣକ ପୁଲିସ ହେପାଜତରେ ଥିବାବେଳେ ତାଙ୍କୁ ପଚରାଉଚରା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking