31.1 C
Bhubaneswar
Tuesday, July 2, 2024
Homeଅପରାଧନାବାଳିକାକୁ ନିର୍ଯାତନା, ଉଲଗ୍ନ କରି ବିଦ୍ୟୁତଖୁଣ୍ଟରେ ବାନ୍ଧି ପିଟିଲେ

ନାବାଳିକାକୁ ନିର୍ଯାତନା, ଉଲଗ୍ନ କରି ବିଦ୍ୟୁତଖୁଣ୍ଟରେ ବାନ୍ଧି ପିଟିଲେ

ନୂଆଦିଲ୍ଲୀ: ତୁ ଚୋରି କରିଚୁ  ବୋଲି କହିଲେ । ଆଉ ସନ୍ଦେହ କରି ଅକଥନୀ ନିର‌୍ୟାତନା ଦେଲେ । ଉଲଗ୍ନ କରି ବିଦ୍ୟୁଖୁଣ୍ଟରେ ବାନ୍ଧି ପକାଇଲେ । ଆଉ ପ୍ରବଳ ପିଟିଲେ । ତାହା ପୁଣି ଜଣେ ନାବାଳିକାକୁ । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା । ଆଉ ପୁରା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା । ଆଉ ଏହା ପରେ ପୋଲିସ ତତ୍ପରତା ଦେଖାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛି। ସେହିପରି ଭିଡିଓରେ ଥିବା ଦୃଶ୍ୟ ଆଧାରରେ ଘଟଣାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ନାଁରେ ମାମଲା କରି ୩ ଜଣଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡ଼ିଛି। ଆସିସଷ୍ଟାଣ୍ଟ ପୁଲିସ୍ କମିଶନର ସରବେଶ କୁମାର ମିଶ୍ରା କହିଛନ୍ତି, ରାସ୍ତା କଡ଼ରେ ଥିବା ଗୋଟିଏ ଚା’ ଦୋକାନରୁ ପିଲାଟି ଚୋରି କରିଥିବା ସନ୍ଦେହରେ ତାକୁ ଏପରି ନିର‌୍ୟାତନା ଦିଆଯାଇଛି।
ଆମେ ପିଲାଟିର ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଛୁ। ଘଟଣାରେ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରାଯାଇଛି। ଲୋକମାନେ ଏପରି ଜଘନ୍ୟକାଣ୍ଡରେ ସାମିଲ ନ ହେବା ଉଚିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking