27.1 C
Bhubaneswar
Sunday, September 29, 2024
Homeଓଡିଶାମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର

ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକଜରକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ । ଆଶୁତୋଷ ଆଜି ନିଜ ମା’ଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଶୌଚ ପାଇଁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅଟି ହଠାତ୍‌ ଚିତ୍କାର କରିଥିଲା।

ପୁଅର ଚିତ୍କାର ଶୁଣି ମା’ ଦୌଡ଼ିଯିବାରୁ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଉଥିବା ଦେଖିବାକୁ ପାଇଥିଲେ। ଏହାପରେ ମା’ଙ୍କ ଚିତ୍କାର ଶୁଣି ଗାଁ ଲୋକେ ତୁରନ୍ତ ପହଞ୍ଚି ଖୋଜଖବର ଆରମ୍ଭ କରିଥିଲେ। କିଛି ସମୟ ପରେ ସେମାନେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ, ବନ ଅଧିକାରୀ, ଅଗ୍ନିଶମ ଅଧିକାରୀ କିମ୍ବା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking