27.1 C
Bhubaneswar
Friday, July 5, 2024
Homeଓଡିଶାମୋ ବସରେ ଯାତ୍ରା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ମୋ ବସରେ ଯାତ୍ରା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର :   ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମୋ ବସରେ ଯାତ୍ରା କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ସେ ଗାଡକଣ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଆଉ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ମୋ ବସରେ ଯାତ୍ରା କରିବା ସମୟରେ ମନ୍ତ୍ରୀ କହିଛନ୍ତି, ବସରେ ଯାତ୍ରା କଲେ ହିଁ, ଆମେ ଲୋକଙ୍କ ଅସୁବିଧା ବୁଝିପାରିବୁ । ତେଣୁ ସେ ଆଜି ମୋ ବସରେ ଯାତ୍ରା କରିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଯାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ, ସେନେଇ ମୋ ବସ୍ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking