ବର୍ଷକର ଶିଶୁ ସମେତ ୨୯ ମୃତ, ୧୯ ଆହତ
ମେକ୍ସିକୋ : ମେକ୍ସିକୋର ଦକ୍ଷିଣାଞ୍ଚଳ ରାଜ୍ୟ ଓକ୍ସାକାରେ ବୁଧବାର ରାତିରେ ଏକ ବସ୍ ୮୦ ଫୁଟ ଗଭୀର ଖାତରେ ଖସିପଡ଼ିବା ଫଳରେ ଜଣେ ବର୍ଷକର ଶିଶୁ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ୧୯ ଜଣ ଆହତ ହୋଇଛନ୍ତି । ବସ୍ ମେକ୍ସିକୋ ସିଟିରୁ ଓକ୍ସାକାର ୟୋସ୍ନ୍ଡ଼ୁଆ ଯାଉଥିବା ବେଳେ ମଗଡ଼ାଲେନା ପେନାସ୍କୋ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ମଧ୍ୟ ସାମିଲ । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଓକ୍ସାସା ସରକାରଙ୍କ ସେକ୍ରେଟାରୀ ଜେନେରାଲ୍ ଜିସସ୍ ରୋମେରୋ ଲୋପେଜ୍ କହିଛନ୍ତି । ଅଲ୍ ଜଜିରା ରିପୋର୍ଟ ଅନୁସାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବା କାରଣରୁ ବସ୍ ଖାତରେ ଖସିପଡ଼ିଛି । ଦୁର୍ଘଟଣା ହୋଇଥିବା ସହର ପାହାଡ଼ିଆ ହୋଇଥିବା ସହ ସେଠାରେ ଅନେକ ଗଭୀର ଖାତ ମଧ୍ୟ ରହିଛି । ରେସ୍କ୍ୟୁ ଟିମ୍ ଆହତମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇଛି । ଖାତରୁ ବସ୍କୁ ବାହାର କରିବା ନିମନ୍ତେ କ୍ରେନ୍ର ସହାୟତା ନିଆଯାଇଥିଲା ।