32.1 C
Bhubaneswar
Thursday, April 2, 2026
Homeଓଡିଶାଦାରା ସିଂଙ୍କୁ ପାଇଁ ଦୟା ଆବେଦନ

ଦାରା ସିଂଙ୍କୁ ପାଇଁ ଦୟା ଆବେଦନ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ଜେଲ୍‌ରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲ୍‌। ଏହାକୁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ କରି ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ମାମଲାର ଶୁଣାଣି ହେବ।ଗତ ୨୪ ବର୍ଷ ହେଲା ଦାରା ସିଂ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ସେ ଆଜୀବନଠାରୁ ଅଧିକ ବର୍ଷ ଜେଲ୍‌ରେ ରହିଲେଣି। ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀଙ୍କୁ ମୁକ୍ତ କରିବା ନେଇ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛନ୍ତି ତେଲଙ୍ଗାନା ବିଧାୟକ ତଥା ସିଂଙ୍କ ଭାଇ ଟି ରାଜା ସିଂ। ଆଜୀବନ ଦଣ୍ଡରୁ ମୁକ୍ତି ପାଇଁ ସେ ଚିଠି ଲେଖିଛନ୍ତି।ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍‌ ହୃଷୀକେଶ ରାୟ ଓ ଜଷ୍ଟିସ ଏସ୍‌ ଭି ଏନ୍‌ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି। ପୂର୍ବରୁ ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ। ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୨୧ରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଦାରା ସିଂ ଓ ତାଙ୍କ ସହଯୋଗୀମାନେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking