22.1 C
Bhubaneswar
Thursday, December 5, 2024
Homeଅପରାଧବେପାରୀ ଗିରଫ: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ବେପାରୀ ଗିରଫ: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର:  କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ବାଲେଶ୍ୱରରେ ଚଢ଼ାଉ କରି ୧କିଲୋ ୧୦୦ଗ୍ରାମ ବ୍ରାଉନସୁଗର ଜବତ କରିଛି । ଯାହାର ବଜାର ମୂଲ୍ୟ ଏକକୋଟି ୧୦ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ କାଜିମହଲା ଅଞ୍ଚଳର ବାବୁ ଓରଫ କଲିମ୍ । ସେ ଜଣେ ଅଟୋଚାଳକ ବୋଲି ଜଣାପଡ଼ିଛି । ଏନେଇ ଏସ୍‌ଟିଏଫ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବାବୁଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ନିଶା କାରବାର ନେଇ ଏକାଧିକ ମାମଲା ରହିଛି । ଏଥିସହ ପୂର୍ବରୁ ଏସ୍‌ଟିଏଫ୍ ତାଙ୍କର ୫ରୁ ଅଧିକ ସହଯୋଗୀଙ୍କୁ  ଗିରଫ କରିଥିଲା ।

ସୂଚନା ଅନୁଯାୟୀ, ଅଟୋ ଡ୍ରାଇଭରରୁ ବାବୁ କୁଖ୍ୟାତ ନିଶାବେପାରୀ ପାଲଟିଥିଲେ । ସେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗର ଯୋଗାଉଥିଲେ । ତାଙ୍କୁ ଧରିବାକୁ ପୁଲିସ ଓ ଏସ୍‌ଟିଏଫ୍ ଦୀର୍ଘଦିନ ଧରି ଚେଷ୍ଟା କରିଆସୁଥିଲେ । ବୁଧବାର ବିଳମ୍ବିତ ରାତିରେ ବାବୁ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ହୋଟେଲ୍ ଲିଓ ସାଇ ଇଣ୍ଟରନ୍ୟାସନାଲ୍ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ବ୍ରାଉନସୁଗର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ଏସମ୍ପର୍କରେ ଏସ୍‌ଟିଏଫ୍ ଟିମ୍ ଖବରପାଇ ସେଠାରେ ଚଢ଼ାଉ କରିଥିଲେ । ପରେ ବାବୁ ଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ନିଶା କାରବାର ରୋକିବା ନେଇ ଏସ୍‌ଟିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ୨୦୨୦ ଆରମ୍ଭରୁ ଏପର୍ଯ୍ୟନ୍ତ ୪୮କିଲୋ ବ୍ରାଉନସୁଗର, ୮୯କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୧୨୨ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking