27.1 C
Bhubaneswar
Saturday, July 6, 2024
Homeଖେଳଦିଲ୍ଲୀରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ୍ ଟ୍ରଫି

ଦିଲ୍ଲୀରେ ପହଞ୍ଚିଲା ପୁରୁଷ ହକି ବିଶ୍ୱକପ୍ ଟ୍ରଫି

ନୂଆଦିଲ୍ଲୀ : ଚଳିତ ମାସର ପ୍ରଥମ ସପ୍ତାହରେ ଓଡ଼ିଶାର ଭୁବନେଶ୍ୱରରୁ ପୁରୁଷ ହକି ବିଶ୍ୱକପ୍ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଟ୍ରଫିଟି ଏଠାରେ ପହଞ୍ଚିଛି । ଏଠାକାର ମେଜର୍ ଧ୍ୟାନଚାନ୍ଦ ନାସନାଲ୍ ଷ୍ଟାଡିୟମ୍‌ଠାରେ ଏହି ଟ୍ରଫିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସ୍ୱାଗତ କରିଛନ୍ତି । ଏଥିସହ ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ଆୟୋଜକ ଭାରତ ଚିତ୍ତାକର୍ଷକ ପ୍ରଦର୍ଶନ ପୂର୍ବକ ସ୍ୱର୍ଣ୍ଣପଦକ ହାସଲ କରିବ ବୋଲି ଶ୍ରୀ ଠାକୁର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ବିଶ୍ୱକପ୍ ସକାଶେ ଭାରତୀୟ ଦଳ ପ୍ରସ୍ତୁତ ରହିଛି ଓ ଏହା ୧୫ଟି ଟିମ୍‌କୁ ମାତ୍ ଦେଇ ବିଶ୍ୱ ଚାମ୍ପିଅନ୍ ହେବାର ଦମ୍ ରଖେ । ଖେଳାଳିମାନଙ୍କ ମଧ୍ୟରେ ଚାମ୍ପିଅନ୍ ହେବା ସକାଶେ ଗଭୀର ଆତ୍ମବିଶ୍ୱାସ ରହିଛି । ତେଣୁ ଭାରତ ବିଶ୍ୱକପ୍ ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଅବିଶ୍ୱସନୀୟ ସଫଳତା ହାସଲ କରିବ ବୋଲି ଶ୍ରୀ ଠାକୁର ଆଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୯୮୦ ଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଜାଫର୍ ଇକବାଲ୍‌, ୧୯୭୫ ବିଶ୍ୱକପ୍ ବିଜେତା ଦଳର ଅଧିନାୟକ ଅଜିତ୍ ପାଲ୍ ସିଂହ, ଧ୍ୟାନଚାନ୍ଦଙ୍କ ସୁପୁତ୍ର ଅଶୋକ କୁମାର ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ମଧ୍ୟ ୪୭ ବର୍ଷ ପରେ ଭାରତ ପୁଣିଥରେ ବିଶ୍ୱକପ୍ ଜିତିପାରିବ ବୋଲି ଆଶା ପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking