ଭୁନେଶ୍ବର : ସମତା କ୍ରାନ୍ତି ଦଳ, ସିପିଆଇ(ଏମ ), ସିପିଆଇ, ସିପିଆଇ ଏମଏଲ (ଲିବରେସନ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ (ୟୁ ),ସମୃଦ୍ଧ ଓଡିଶା, ରିପ୍ଲାବିକାନ ପାର୍ଟି ଅଫ ଇଣ୍ଡିଆ ଆଦି 11ଟି ରାଜନୈତିକ ଦଳ ଆଜି ଭୁବନେଶ୍ୱର ଠାରେ ଏକତ୍ରିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ରେ ଜୀବନ ଜୀବିକା ର ପ୍ରସଙ୍ଗ ଏବଂ ଓଡ଼ିଶାର ମୌଳିକ ସମସ୍ୟା ର ନିରାକରଣ ପାଇଁ ଆନ୍ଦୋଳନ ସକାଶେ ଆହ୍ୱାନ କରିଛନ୍ତି l
ଏହି ବୈଠକ ରେ ସମତା କ୍ରାନ୍ତି ଦଳ ନେତା ତଥା ପୂର୍ବତନ ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ଆବାହକ ଭାବେ କାର୍ଯ୍ୟ କରିବା ସକାଶେ ସ୍ଥିର ହୋଇଛି l
ଏହା ପୂର୍ବରୁ ଭୁବନେଶ୍ୱର କନଭେନସନ ରେ ଗୃହିତ 34 ଦଫା ଦାବି ଭିତ୍ତିରେ ପ୍ରଥମ ପର୍ଯାୟ ରେ ଗଞ୍ଜାମ, ବାଲେଶ୍ୱର, କଟକ, ପୁରୀ, ଜଗତସିଂହପୁର, ବଲାଙ୍ଗୀର, ସମ୍ବଲପୁର, ନୂଆପଡା,କୋରାପୁଟ,ମାଲକାନଗିରି ଆଦି ଜିଲ୍ଲା ମାନଙ୍କରେ ଜିଲ୍ଲା ସ୍ତରୀୟ କନଭେନସନ ସହ ସମସ୍ତ ଜିଲ୍ଲା ରେ କନଭେନସନ ଏବଂ 2023 ଜାନୁୟାରୀ 6 ତାରିଖ ଦିନ ଭୁବନେଶ୍ୱର ଠାରେ ହଜାର ହଜାର ଲୋକଙ୍କ ରାଜ୍ୟ ସ୍ତରୀୟ ଗଣ ଧାରଣା ଅନୁଷ୍ଠିତ ପାଇଁ ନିଷ୍ପତ୍ତି ହୋଇଛି l
ଏହି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ରେ ସମତା କ୍ରାନ୍ତି ଦଳ ନେତା ତଥା ପୁବର୍ତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ଓ ପ୍ରଭାତ ସାମନ୍ତରାୟ,ସିପିଆଇ(ଏମ ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ , ଆଶିଷ କାନୁନଗୋ,ସିପିଆଇ ଏମ ଏଲ (ଲିବରେସନ) ନେତା ଅଶୋକ ପ୍ରଧାନ,ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ଆର ଜେ ଡ଼ି ନେତା ହେମନ୍ତ କୁମାର,ଆର ପି ଆଇ ନେତା ଅବଦୁଲ ୱାରୀ, ସମୃଦ୍ଧ ଓଡିଶା ନେତା ଯତୀଶ ମହାନ୍ତି, ଜନତା ଦଳ (ୟୁ ) ର ନେତା ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ l