18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶମ୍ୟାକେଞ୍ଜି ନାସା ଫ୍ଲାଇଟ୍ ସେଣ୍ଟର୍ ଡାଇରେକ୍ଟର ନିଯୁକ୍ତ

ମ୍ୟାକେଞ୍ଜି ନାସା ଫ୍ଲାଇଟ୍ ସେଣ୍ଟର୍ ଡାଇରେକ୍ଟର ନିଯୁକ୍ତ

ୱାଶିଂଟନ: ଡକ୍ଟର ମ୍ୟାକେଞ୍ଜି ଲିଷ୍ଟ୍ରପ୍ ଆମେରିକାର ନାସ୍‌ନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ୍ (ନାସା)ର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର୍ ଡାଇରେକ୍ଟର ନିଯୁକ୍ତ ହୋଇଛନ୍ତି । ଏହି ପଦରେ ନିଯୁକ୍ତି ପାଇବାରେ ମ୍ୟାକେଞ୍ଜି ପ୍ରଥମ ମହିଳା । ଶୁକ୍ରବାର ନାସାର ଚିଫ୍ ଆଡ୍‌ମିନିଷ୍ଟ୍ରେଟର୍ ବିଲ୍ ନେଲ୍‌ସନ୍ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ତେବେ ଖାସ୍ ବିଷୟ ହେଉଛି ସେ ବାଇବେଲ୍ ପରିବର୍ତ୍ତେ ନିଜ ପସନ୍ଦର ପୁସ୍ତକ ପେଲ୍ ବ୍ଲ୍ୟୁ ଡଟ୍ ଉପରେ ହାତରଖି ଶପଥ ନେଇଥିଲେ ।

୧୯୯୪ରେ ପ୍ରକାଶିତ ଏହି ପୁସ୍ତକର ଲେଖକ କାର୍ଲ ସେଗନ୍ । ମେରୀଲ୍ୟାଣ୍ଡ୍‌ରେ ଅବସ୍ଥିତ ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର୍ ନାସାର ସବୁଠୁ ବଡ଼ ଅଞ୍ଚଳର ମଧ୍ୟ ଅନ୍ୟତମ । ଏହାର ବଜେଟ୍ ପ୍ରାୟ ୪ ବିଲିୟନ୍ ଡଲାର । ଏଠାରେ ସହସ୍ରାଧିକ ଇଞ୍ଜିନିୟର୍ ଏବଂ ଟେକ୍ନୋଲଜିଷ୍ଟ୍ କାମ କରୁଛନ୍ତି । ସ୍ପେସ୍ ସେଣ୍ଟର୍ ମୁଖ୍ୟ ଭାବେ ମ୍ୟାକେଞ୍ଜି ବିଶ୍ୱର ସବୁଠୁ ଉନ୍ନତି ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲଜିଷ୍ଟଙ୍କ ଟିମ୍‌କୁ ଲିଡ୍ କରିବେ । ୟୁନିଭର୍ସିଟି କଲେଜ ଲଣ୍ଡନରୁ ସ୍ପେସ୍ ସାଇନ୍ସରେ ପିଏଚ୍‌ଡି କରିଥିବା ୪୬ ବର୍ଷୀୟା ମ୍ୟାକେଞ୍ଜିଙ୍କର ସ୍କୁଲ ଦିନରୁ ସ୍ପେସ୍ ସାଇନ୍ସ ପ୍ରତି ବହୁ ରୁଚି ରହିଥିଲା । ଏହି ଫିଲ୍ଡରେ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି । ନାସା ପୂର୍ବରୁ ସେ ବିଏଏଲ୍‌ଏଲ୍ ଏରୋସ୍ପେସ୍ କମ୍ପାନୀର ପ୍ରୋଗ୍ରାମ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking