ଭୁବନେଶ୍ୱର : ଏମବିବିଏସ / ବିଡିଏସ ତୃତୀୟ ରାଉଣ୍ଡ କାଉନସେଲିଂକୁ ନେଇ ନୋଟିସ ପ୍ରକାଶିତ କରାଯାଇଛି । ଅପଗ୍ରେଡିଂ ସିଟ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ନୋଟିସ ଜାରି କରାଯାଇଛି । ଚୂଡାନ୍ତ ଆଲର୍ଟମେଣ୍ଟ ଲେଟର ଡାଉନଲୋଡ କରି ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । । ୨୪ରୁ ୨୬ ମଧ୍ୟରେ କଲେଜରେ ଫିଜିକାଲି ରିପୋର୍ଟ କରିବାନେଇ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ କରି ସିଟ ଆଲର୍ଟ ଛାତ୍ର ଛାତ୍ରୀ ଓଜେଇଇ ଅଫିସରେ ରିପୋର୍ଟ କରିବେ । ୨୬ ତାରିଖ ସକାଳ ୧୦ଟାରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ରିପୋର୍ଟ ନକରିବେ ଖାଲି ସିଟ ପାଇଁ ପୁଣି କାଉନସେଲିଂ କରାଯିବ । ବାତ୍ୟା ଦାନା ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟିଂର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ।










