ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ପ୍ରଥମ ପର୍ଯ୍ୟାୟରେ ଏମବିବିଏସ ଓ ବିଡିଏସ ସିଟ୍ରେ ୧୨୯୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୫୬୩ ଜଣ ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ନାହାନ୍ତି । ନାମଲେଖା ପରେ ଖାଲିଥିବା ସିଟ୍ ସମ୍ପର୍କିତ ତାଲିକା ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୭ରୁ ୧୦ ମଧ୍ୟରେ ଆବେଦନ କରାଯିବ ।
ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ତାଲିକା ୧୨ ତାରିଖ ଅପରାହ୍ଣ ୫ଟାରେ ପ୍ରକାଶ ପାଇବ । ତାଲିକା ଅନୁଯାୟୀ ପିଲାମାନେ ୧୯ରୁ ୨୧ ତାରିଖ ମଧ୍ୟରେ ନାମ ଲେଖାଇବେ । ତେବେ ଡିସେମ୍ବର ୬ ତାରିଖରେ ସ୍ପଟ୍ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇବ । ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ େଓବସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।