19.1 C
Bhubaneswar
Monday, November 18, 2024
Homeଅପରାଧନକଲି କାଗଜପତ୍ରରେ ଲକ୍ଷାଧିକ ଟଙ୍କା ଲୋନ୍ ଠକେଇ, ଏମ୍‌ବିଏ ପଢୁଆ ଠକ ଗିରଫ

ନକଲି କାଗଜପତ୍ରରେ ଲକ୍ଷାଧିକ ଟଙ୍କା ଲୋନ୍ ଠକେଇ, ଏମ୍‌ବିଏ ପଢୁଆ ଠକ ଗିରଫ

ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ନାଁରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ଲୋନ୍ ଉଠାଇଥିବା ଜଣେ ଏମ୍‌ବିଏ ପଢୁଆ ଠକଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗ୍ରାମର ସ୍ମୃତିରଞ୍ଜନ ସାହୁ । ତାଙ୍କ ଘରୁ ଏକାଧିକ ଲୋକଙ୍କ ନାମରେ ଥିବା ଆଧାରକାର୍ଡ, ପାନ କାର୍ଡ, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ସେ ଜଣେ ଏମ୍‌ବିଏ ଶିକ୍ଷିତ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁଙ୍କ ନାମରେ ଆଧାରକାର୍ଡ ଓ ପାନ୍‌କାର୍ଡର ନକଲି କାଗଜପତ୍ର ତିଆରି କରିଥିଲେ । ଅଭିଯୁକ୍ତ ସ୍ମୁତିରଞ୍ଜନ ଉକ୍ତ ଫେକ୍ କାଗଜପତ୍ର ଆଧାରରେ ରସୁଲଗଡ଼ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରୁ ସନ୍ତୋଷ ନାମରେ ଏକ ପାସ୍‌ବୁକ ଖୋଲିଥିଲେ ।

ସେଠାରୁ ୧ଲକ୍ଷ ୪୦ହଜାର ଟଙ୍କାର ଲୋନ୍ ଉଠାଇଥିଲେ । ଏହାପରେ ବଜାଜ୍ ଫିନାନ୍ସରୁ ଏସି, ଫ୍ରିଜ ସମେତ ୧ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଉଠାଇଥିଲେ । କିଛିଦିନ ପରେ ସନ୍ତୋଷଙ୍କ ନିକଟକୁ ଲୋନ୍‌ର କିସ୍ତି ଦେବାକୁ ନୋଟିସ୍ ଯାଇଥିଲା । ଏହାପରେ ସେ ଉକ୍ତ ସଂସ୍ଥାକୁ ଆସି ସେ ଲୋନ୍ ଉଠାଇଥିବା ନଥିବା କହିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ତଦନ୍ତ କରିବାରୁ ନକଲି କାଗଜପତ୍ର ତିଆରି କରି ସ୍ମୁତିରଞ୍ଜନ ଏଭଳି କରିଥିବା ତଦନ୍ତରୁ ଜଣାପଡ଼ିଥିଲା । ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ୪ରୁ ୫ଜଣଙ୍କ ନାମରେ ଅଭିଯୁକ୍ତ ବାଜାଜ୍ ଫିନାନ୍ସରୁ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନେଇଥିବା ଜଣାପଡିଛି । ଅଭିଯୁକ୍ତ ସ୍ମୁତିରଞ୍ଜନ ଫେକ୍ ଡକୁମେଣ୍ଟ ଦେଇ ଏହିପରି ବିଭିନ୍ନ ସଂସ୍ଥାରୁ ଲୋନ୍ ନେଇଛି । ଆଗାମୀ ଦିନରେ ତାଙ୍କ ନାମରେ ଠକେଇ ପରିମାଣ ବଢିପାରେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking