19.1 C
Bhubaneswar
Sunday, November 24, 2024
Homeଏକ୍ସକ୍ଲୁସିଭ୍"ଦାମୋଦର ମେଳା "

“ଦାମୋଦର ମେଳା “

ମୟୁରଭଞ୍ଜ(ଘସିରାମ ବେହେରା) : ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟ ର ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ଲିଳିଛି ଏହି ଦାମୋଦର ଘାଟ୍ ରେ । ପାରମ୍ପାରିକ ରିତିନିତି ଅନୁଯାଇ ହଜାର ହଜାର ପରିବାର ଏଠାରେ ପିତୃ ପୁରୁଷ ଙ୍କ ଶ୍ରାଦ୍ଧ ଓ ତିଳ ତର୍ପଣ ଦାନ କରି ବୁଡ ପକାଉଛନ୍ତି । ଚଳଚଂଚଳ ହୋଇଉଠିଛି ବାରିପଦା ସହରର ତ୍ରୀବେଣୀ ସଙ୍ଗମର ଏହି ସୁନାମୁହିଁ ଘାଟ । ୩ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପାରିକ ପର୍ବ ପ୍ରତିବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲୁରହିଥାଏ ।
ଭିଓ୧- ଏ ହେଉଛି ବାରିପଦା ସହରର ସୁନାମୁହିଁ ଅଂଚଳର ଦୃଶ୍ୟ । ରାଜକିୟ ଢଙ୍ଗ ରେ ରଙ୍ଗବେରଙ୍ଗ ର ନୂତନ ବସ୍ତ୍ର ପରିଧାନ କରି ମାଦଳ ଓ ଧୁମ୍‌ସା ସାଙ୍ଗକୁ ବଇଂଶିର ଶୁରେ ଶୁରେ ଗାଁ ମୁଖିଆ ଙ୍କ ନେତୃତ୍ୱ ରେ ସାନ୍ତାଳୀ ସଂପ୍ରଦାୟର ଲୋକମାନେ ଦଳଦଳ ହୋଇ ମାଡି ଆସୁଛନ୍ତି ଏହି ଦାମଦୋର ମେଳା କୁ । ଆଉ ଏ ହେଉଛି ବାରିପଦା ସହର ସୁନାମୁହିଁ ଘାଟର ଦୃଶ୍ୟ । ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମ ସ୍ଥଳ ହେଉଛି ଏହି ସୁନାମୁହିଁ ଘାଟ ବା ତ୍ରୀବେଣୀ ଘାଟ । କୌତୁକିୟା ପୋଷାକ ପରିଧାନ ସହ ପାରମ୍ପାରିକ ବେଶଭୂଷା ରେ ନୃତ୍ୟ ପରିବେଷଣ କରୁଥିବା ସ୍ଥାନ ଟି ଏବେ ଉତ୍ସବ ମୂଖର । କାହିଁ କେଉଁ ଅମଳରୁ ମକର ସଂକ୍ରାନ୍ତି ର ଗୋଟିଏ ଦିନ ପର ଦିନଠାରୁ ଏଠାରେ ସାନ୍ତାଳ ସମ୍ପ୍ରଦାୟ ର ସାମୁହିକ ଅସ୍ଥି ବସର୍ଜନ କାର୍ଯ୍ୟ ହୋଇ ଆସୁଅଛି । ସାନ୍ତାଳ ସମ୍ପ୍ରଦାୟ ରେ ପରିବାର ର ବର୍ଷକ ମଧ୍ୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଅସ୍ଥି କୁ ସଂରକ୍ଷିତ କରି ରଖାଯାଥାଏ । ଆଉ ତ୍ରିବେଣୀ ସଂଗମ କୁହାଯାଉଥିବା ଏହି ଘାଟ ରେ ପାରମ୍ପାରିକ ରିତି ରେ ଶାଳ ଗଛ କୁ ଠାକୁର ଭାବେ ପୂଜା କରି ସେଠାରେ ଭୋଗ ଲଗାଇ ଲଣ୍ଡା ହେବା ସହ ସାମୁହିକ ଭାବରେ ବୁଡ ପକାଇ ଅସ୍ଥି ବିସର୍ଜନ କରିଥାନ୍ତି । ସାନ୍ତାଳ ସଂମ୍ପ୍ରଦାୟ ଏହିଭଳି ସାମୂହିକ ଅସ୍ଥି ବିସର୍ଜନ ପରେ ନିଜ କୁ ଗର୍ବିତ ଅନୁଭବ କରୁଥିବା ବେଳେ ପୂର୍ବ ପୁରୁଷ ଶାନ୍ତି ପାଉଥିବାର ବିଶ୍ୱାସ ରହିଛି ।

 ସାନ୍ତାଳ ସଂମ୍ପ୍ରଦାୟ ଦାମଦୋର ମେଳା ରେ କେବଳ ଯେ ଅସ୍ଥି ବିସର୍ଜନ କରନ୍ତି ତାହା ନୁହଁ ସେମାନେ ମୃତ ଲୋକ ଙ୍କ ଉଦ୍ଦେଶ୍ୟ ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅର୍ଥାତ୍ ଲୁଗା ପଟା, ବାସନ କୁସନ, ଛେଳି କୁକୁଡା କୁ ଏଠାକୁ ଆସୁଥିବା ଅନ୍ୟ ପରିବାର ସହ ଅଦଳ ବଦଳ କରିଥାନ୍ତି । ଖାଲି ଏତିକି ନୁହଁ ଗରୀବ ଲୋକଙ୍କୁ ଟଙ୍କା ପଇସା, ଚାଉଳ ଆଦି ଦାନ ମଧ୍ୟ କରିଥାନ୍ତି । ଏହା ଦେଖିବା ପାଇଁ ମଧ୍ୟ ବିଭିନ୍ନ ଯାଗାରୁ ଆଦିବାସୀ ମହିଳା ଓ ପୁରୁଷ ମାନେ କାମଧନ୍ଦା ଛାଡି ଏମିତିକି ଚାକାରିରୁ ଛୁଟି ନେଇ ମଧ୍ୟ ଏହି ଦାମୋଦର ଘାଟକୁ ଛୁଟିଆସିଥାନ୍ତି ।
ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ପାଇଁ କିଛିମାତ୍ରାରେ ଏହା ଫିକା ପଡିଥିଲେବି ଆଦିବାସୀଙ୍କ ପରମ୍ପରା ଏବଂ ଐତିହ୍ୟକୁ ବଂଚାଇ ରଖିବାରେ ବାଧାଶୃଷ୍ଟି କରିପାରିନାହିଁ କରୋନା । କରୋନା କଟକଣାକୁ ନଜରରେ ରଖି ପୋଲିସ୍ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ ମଧ୍ୟ କରାଯାଇଛି ।

 ତିନିଦିନ ଧରି ଚାଲୁଥିବା ଏହି ଦାମଦୋର ମେଳା ଗତକାଲି ଠାରୁ ଆରମ୍ଭ ହୋଇଛି ଏବଂ ଆସନ୍ତାକାଲି ଏହାର ଅନ୍ତିମ ଦିନ । ପ୍ରତିଦିନ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାପଇଁ ମିଳିଥାଏ । ଭିଡକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯ୍‌ଆଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking