27.1 C
Bhubaneswar
Thursday, November 21, 2024
Homeଓଡିଶାତହସିଲଦାରଙ୍କ ତାଲିବାନି ଶାସନ, ଅଭିଯୋଗ କଲେ ଦେଖାଉଛନ୍ତି ପୋଲିସର ଡର

ତହସିଲଦାରଙ୍କ ତାଲିବାନି ଶାସନ, ଅଭିଯୋଗ କଲେ ଦେଖାଉଛନ୍ତି ପୋଲିସର ଡର

ମୟୂରଭଞ୍ଜ : ଆଙ୍କର- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଅନେକ କ୍ଷେତ୍ରରେ ମାନୁନାହାନ୍ତି ସରକାରୀ ଅଧିକାରୀ। ସାଧାରଣ ଲୋକଙ୍କୁ ଦେଖାଉଛନ୍ତି ନାଲି ଆଖି ଦେଉଛନ୍ତି ପୋଲିସ ଧମକ। ଏଭଳି ମୁଷ୍ଟିମେୟ ଦାୟିତ୍ବହୀନ ସରକାରୀ ଅଧିକାରୀଙ୍କ ପାଇଁ ଗୁରୁତ୍ୱ ହରାଇ ଉପହାସିତ ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମ।ତେବେ ଅସହାୟ ଲୋକଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସେବା ଯୋଗାଇ ଦେବାର ନୈତିକଦାୟିତ୍ବ ପ୍ରତି ସଚେତନ ହେବା ବଦଳରେ ଚଳାଇଛନ୍ତି ତାଲିବାନି ଶାସନ। ଆଉ ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲଦାରଙ୍କ ବିରୋଧରେ। ଅନେକ ସମୟରେ ନିଜର ବ୍ୟକ୍ତିଗତ ଆକ୍ରୋଶ ପାଇଁ ଉପଯୁକ୍ତ ଦସ୍ତାବିଜ ଜାଣିଶୁଣି ଦେଉନଥିବାରୁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗକୁ ଆଗେଇପାରୁନି। ଆହୁରି ମଧ୍ୟ ଯଦି କେହି ଜନସାଧାରଣ ତାଙ୍କ ନିକଟରେ କିଛି ଅଭିଯୋଗ ନେଇ ଆସୁଛି, ତେବେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପୋଲିସର ଡର ଦେଖାଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ସହିତ କାର୍ଯ୍ୟାଳୟରୁ ବାହାରକୁ ପଠାଇ ଦେଉଛନ୍ତି ରରୁଆଁ ତହସିଲଦାର ।

ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲ କାର୍ଯ୍ୟାଳୟରେ , ତହସିଲଦାର ସାଇଶ୍ମିତା ଉପାଧ୍ୟାୟ କିଭଳି ଭାବେ ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ପୋଲିସର ଡର ଦେଖାଇ ବାହରକୁ ପଠାଇ ଦେଉଛନ୍ତି। ତେବେ କଣ କହୁଛନ୍ତି ତହସିଲଦାର ଶୁଣନ୍ତୁ ଏଇ ଓଡ଼ିଓରେ ଖାଲି ସେତିକି ନୁହେଁ ନିଜର ବ୍ୟକ୍ତିଗତ ଆକ୍ରୋଶ ପାଇଁ ୨ ବର୍ଷ ହେଲା ବ୍ଲକରେ ବିଧାୟକଙ୍କ ପାଣ୍ଠିରୁ ଆସିଥିବା ବିଭିନ୍ନ ଉନ୍ନୟନମୂଳକ ନିର୍ମାଣକାର୍ଯ୍ୟ ପାଇଁ ଉପଯୁକ୍ତ ଦସ୍ତାବିଜ ନଦେବାରୁ ହୋଇପାରୁନାହିଁ କାର୍ଯ୍ୟ, ଯାହାକି ସରକାରଙ୍କ 5T ନିୟମକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ତେବେ ରରୁଆଁ ତହସିଲଦାର କୁହନ୍ତି ସେ କେବେବି ଲୋକଙ୍କୁ ଦୁର୍ବ୍ୟବହାର କରି ନାହାନ୍ତି । ଜଣେ କେବଳ ତାଙ୍କୁ ବାରମ୍ବାର ଅଫିସ ଆସି ହଇରାଣ ହରକତ କରିବା ସହିତ ସିଏ ଯୁଆଡେ ଯାଆନ୍ତି ତାଙ୍କୁ ପିଛା କରୁଥିବାରୁ ସେ ବିରକ୍ତ ହଇ ଏପରି କହିଥିଲେ ବୋଲି ସଫେଇ ଦେଇଛନ୍ତି । ହେଲେ ତହସିଲଦାର ଅଫିସ କାର୍ଯ୍ୟ ପାଇଁ ଲୋକଙ୍କୁ ବହୁ ହଇରାଣ ହରକତ କରୁଥିବାରୁ ଲୋକେ ନାହିଁନଥିବା ହଇରାଣ ହେବା ସହିତ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଯାହାକୁନେଇ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁଦିନ ବଢ଼ିବାରେ ଲାଗିଲାଣି । ତେବେ ଜଣେ ଦାୟିତ୍ବସମ୍ପନ୍ନ ପବ୍ଲିକ ସର୍ଭେଣ୍ଟ ଏପରି ବ୍ୟବହାର ଲୋକଙ୍କୁ ବାରମ୍ବାର କରୁଥିବାରୁ ଏଠାରୁ ବଦଳି କରିବା ସହିତ ଏପରି କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking