15.1 C
Bhubaneswar
Saturday, December 6, 2025
Homeଓଡିଶାମୟୁରଭଞ୍ଜ ହତ୍ୟା କାଣ୍ଡର ପର୍ଦ୍ଦାଫାସ

ମୟୁରଭଞ୍ଜ ହତ୍ୟା କାଣ୍ଡର ପର୍ଦ୍ଦାଫାସ

ମୟୁରଭଞ୍ଜ :ମୟୁରଭଞ୍ଜ ଜିଲ୍ଲା ଧୋବାଧୋବଣୀ  ଗାଁରେ   ଗତ ସୋମବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ  କରିଛି ପୋଲିସ ।  ପରକୀୟା ପ୍ରୀତି ସନ୍ଦେହରେ  ହତ୍ୟା ହୋଇଥିବା  ରାଇରଙ୍ଗପୁର  ଏଏସପି ସୂଚନା ଦେଇଛନ୍ତି  । ଅନ୍ୟପଟେ ଅଭିଯୁକ୍ତଙ୍କୁ ଝାଡଖଣ୍ଡରେ ଗିରଫ କରିଛି ପୋଲିସ ।  ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗାଁର  ଦୁଲୁମ  ହେମ୍ବ୍ରମ  ।  ଗତ ସୋମବାର  ଉକ୍ତ ଗାଁର  ମାଞ୍ଜୁରା ଶୁଣ୍ଡି ନାମକ ଜଣେ  ରକ୍ତାକ୍ତ ମୃତଦେହ  ଉଦ୍ଧାର ହୋଇଥିଲା ।  ପରିବାର ଲୋକଙ୍କ ଅଭିଯୋଗ ପରେ  ପୁଲିସ ଘଟଣାର ଖୋଳତାଡ କରୁଛି ।  ତଦନ୍ତରୁ ଜଣାପଡିଛି ଯେ  ନିଜ ସ୍ତ୍ରୀ ସହ  ମୃତ ମାଞ୍ଜୁରାର  ଅର୍ଥନୈତିକ  ସମ୍ପର୍କ  ସନ୍ଦେହ କରି  ଏକ କାଠ ଫାଳିଆରେ   ମାଞ୍ଜୁରାକୁ ପିଟି ପିଟି ହତ୍ୟା କରିଥିଲେ  ହେମ୍ବର୍ମ । ହତ୍ୟାକାଣ୍ଡ ପରେ  ଅଭିଯୁକ୍ତ ହେମ୍ବ୍ର୍‌ମ ଝାଡଖଣ୍ଡରେ ଲୁଚିଥିଲେ ।  ଘଟଣାର ତଦନ୍ତ ପରେ  ପୁଲିସ  ଗିରଫ କରିବାରେ ସଫଳ ହୋଇଛି ।  ପଚରା ଉଚରା  ସମୟରେ  ଅଭିଯୁକ୍ତ  ନିଜ ଦୋଷୀ ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking