27.1 C
Bhubaneswar
Sunday, September 29, 2024
Homeଓଡିଶାବିଶ୍ୱକପ ହକି ଟ୍ରଫିର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା

ବିଶ୍ୱକପ ହକି ଟ୍ରଫିର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା

ମୟୂରଭଞ୍ଜ: ଆଗାମୀ ୨୦୨୩ ମସିହା ଜାନୁଆରୀ ୧୩ ତାରିଖ ରୁ ୨୯ ତାରିଖ ପର‌୍ୟ୍ୟନ୍ତ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ମ୍ୟାଚ ନିମନ୍ତେ ଚଳିତ ଡିସେମ୍ବର ୨୫ ତାରିଖରୁ ବିଶ୍ୱକପ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାକୁ ପରିକ୍ରମଣରେ ବାହାରିଛି। ଏହି ପରିକ୍ରମା କାର‌୍ୟ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ୍ୱସିତ ଭବ୍ୟ ସ୍ୱାଗତ ପାଇଁ ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ , ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରକାର ଓ ନଗରପାଳ ଶ୍ରୀ କୃଷ୍ଣକ୍ଷନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ କୁମାର ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି ଏହି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଆମ ଜିଲ୍ଲକ୍ଷରେ ଉକ୍ତ ସ୍ୱାଗତ କାର‌୍ୟ୍ୟକ୍ରମକୁ ଅତ୍ୟନ୍ତ ଆକର୍ଷଣୀୟ ଓ ଚିତ୍ତାକର୍ଷକ ତଥା ବର୍ଣ୍ଣକ୍ଷଢ୍ୟ ପରିବେଶ ମଧ୍ୟରେ ଆୟୋଜନ କରିବା ପାଇଁ ସମସ୍ତ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ସମ୍ପୂର୍ଣ୍ଣ ଜିଲ୍ଲାକୁ ଉତ୍ସବ ମୁଖରିତ କରାଇବା ନେଇ ସ୍ୱତଃ ପ୍ରବୃତ୍ତ ଭାବେ ପ୍ରତ୍ୟେକ ନିଜ ନିଜ ସ୍ତରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଉଲ୍ଲେଖ କରିଥିଲେ କି କ୍ରମାଗତ ଭାବେ ଦୁଇ ଦୁଇ ଥର ବିଶ୍ୱକପ ଆୟୋଜନର ସୁଯୋଗ ପାଇବା ଓଡିଶା ପାଇଁ କେତେ ଗର୍ବ ଓ ଗୌରବର ବିଷୟ ସେକଥା ଚିନ୍ତାର ବାହାରେ। କାରଣ ଏହି କ୍ରୀଡାର ଆୟୋଜନ ଦ୍ୱାରକ୍ଷ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରର ଓଡିଶା ପ୍ରତି ଦୃଷ୍ଟିଭଙ୍ଗୀ କେତେ ବ୍ୟାପକ ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ଏବଂ ବିଶ୍ୱଦୃଷ୍ଟିରେ ଏଥିପାଇଁ ଓଡିଶା ତାର ଯେଉଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଧହୁଏ ତାହାହିଁ ଓଡିଶା ପାଇଁ ଏକ ସର୍ବ ଶ୍ରେଷ୍ଠ ଉପଲବ୍ଧି। ତେଣୁ ଏହି ଟ୍ରଫିର ସ୍ୱାଗତ କାର‌୍ୟ୍ୟକ୍ରମକୁ ଆଦୌ ସାଧାରଣ ଭାବରେ ବିଚାରନକରି ଅତ୍ୟନ୍ତ ନିଷ୍ଠାର ସହ ଆକର୍ଷଣୀୟ କରିବା ପାଇଁ ରଙ୍ଗାରଙ୍ଗ ଉତ୍ସବରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ଏପରିକି ଆନନ୍ଦ ମୁଖରିତ ପରିବେଶ ମଧ୍ୟରେ ଆୟୋଜନ ନିମନ୍ତେ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରି ସାରା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଉକ୍ତ କାର‌୍ୟ୍ୟକ୍ରମ ମଧ୍ୟରୁ ଆମ ଜିଲ୍ଲାର କାର‌୍ୟ୍ୟକ୍ରମ ଯେମିତି ସର୍ବତ୍ତମ ହେବ ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରକକ୍ଷଶ କରିଥିଲେ।ସୂଚନାଯୋଗ୍ୟ କି ବିଶ୍ୱକପ ଟ୍ରଫିର ଜିଲ୍ଲା ପରିକ୍ରମା କାର‌୍ୟ୍ୟ ସୂଚୀ ଅନୁଯାୟୀ ଜାନୁଆରୀ ୭ ଏବଂ ୮ ତାରିଖରେ ମୟୁରଭଞ୍ଜ ଜିଲ୍ଲା ପରିକ୍ରମା କାର‌୍ୟ୍ୟକ୍ରମ ରହିଛି। କେନ୍ଦୁଝର ଜିଲ୍ଲା ପରିକ୍ରମା ପରେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚଢେଇଭୋଳ ଠାରେ ଜାନୁଆରୀ ୭ ତାରିଖ ସକାଳ ୧୦-୩୦ ଘଟିକା ସମୟରେ କପକୁ ସ୍ୱାଗତ କରାଯାଇ କେନ୍ଦୁଝର ପ୍ରଶାସନ ପାଖରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯିବ। ଏହାପରେ ଟ୍ରଫିକୁ ସ୍ଥାନେ ସ୍ଥାନେ ସ୍ୱାଗତ ଶୋଭାଯାତ୍ରାରେ ଖିଚିଂ ମନ୍ଦିର ନିକଟ, ଯଶିପୁର ଦେଇ ରାଇରଙ୍ଗପୁର କଲେଜ ଛକ ରୁ ରାଇରଙ୍ଗପୁର ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ଭବ୍ୟ ସ୍ୱାଗତ ପୂର୍ବକ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଗ୍ରହଣ କରାଯିବ। ଅପରାହ୍ନରେ କଚେରୀ ପଡିଆରୁ ଶୋଭାଯାତ୍ରାରେ ନେଇ ସାଂସ୍କୃତିକ ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ସହିତ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଛି ସମୟ ରହଣି ପରେ ବାରିପଦା ଅଭିମୁଖେ ଟ୍ରଫିକୁ ପରିକ୍ରମଣ ପାଇଁ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ। ଜାନୁଆରୀ ୭ ତାରିଖ ସନ୍ଧ୍ୟାରେ ଟ୍ରଫିକୁ ବାରିପଦା ସହରର ସ୍ଥିତ ସ୍ଥାନୀୟ ମୁର୍ଗାବାଡ଼ି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ସାର୍କିଟ ହାଉସ ବାରିପଦା ଠାରେ ରାତ୍ରି ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ତା ୦୮-୦୧-୨୦୨୩:ରିଖ ସକାଳ ଘ.୬-୩୦ ମି. ସମୟରେ ସାର୍କିଟ ହାଉସ, ବାରିପଦା ରୁ ସହର ପରିକ୍ରମାରେ ବାହାରି ବାରିପଦା ଷ୍ଟାଡିୟମ ପଡିଆ ନିକଟରେ ପହଂଚିବ। ଏହାପରେ ଜିଲ୍ଲକ୍ଷପାଳ, ମୟୁରଭଞ୍ଜ ଅନ୍ୟାନ୍ୟ ସରକାରୀ ପଦାଧିକାରୀ, ଜନ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଉକ୍ତ ଟ୍ରଫିକୁ ଭବ୍ୟ ସ୍ୱାଗତ ପୂର୍ବକ ଗ୍ରହଣ କରାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଷ୍ଟାଡିୟମ ପଡିଆକୁ ପାଛୋଟି ନିଆଯିବ। ଏହି ଅବସରରେ ଷ୍ଟାଡିୟମ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ସହିତ ସହରରେ ମିନି ମାରାଥନ, ଚିତ୍ରାଙ୍କନ ପ୍ରତିଯୋଗିତା ଇତ୍ୟାଦି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଛି ସମୟ ପାଇଁ ଟ୍ରଫିକୁ ରଖାଯିବ ବୋଲି ଜଣାପଡିଛି। ଏହି କାର‌୍ୟ୍ୟକ୍ରମରେ କ୍ରୀଡାପ୍ରେମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ.ସି. ସି., ସ୍କାଉଟ, ଗାଇଡ଼, ରେଡ଼କ୍ରସ ଦଳ, ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ, ଏସ.ଏସ. ଡି. ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍ବେଛାସେଵୀ ତଥା ସମାଜର ସବୁବର୍ଗର ସାଧାରଣ ଜନତାଙ୍କୁ ସାମିଲ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି। ଷ୍ଟାଡିୟମ ପଡିଆରେ ସ୍ୱାଗତ କାର‌୍ୟ୍ୟକ୍ରମ ପରେ ସମୟ ଅନୁଯାୟୀ ବାରିପଦା ସହରର ପ୍ରମୁଖ ଅନୁଷ୍ଠାନ ମାନଙ୍କ ତରଫରୁ ସ୍ୱାଗତ କରାଯିବା ନେଇ ମଧ୍ୟ୍ୟ ଆଲୋଚନା କରାଯାଇଥିଲା। ଟ୍ରଫିର ମୟୂରଭଞ୍ଜ ଜିଲ୍ଲା ପରିକ୍ରମାର ଅନ୍ତିମ ପର‌୍ୟ୍ୟାୟ ଅନୁଯାୟୀ ବାଲେଶ୍ୱରର ସୀମାନ୍ତବର୍ତ୍ତୀ କଳମା ଠାରେ ଟ୍ରଫିକୁ ବିଦାୟ ସମ୍ଭର୍ଦ୍ଧନା ଦିଆଯାଇ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ଜିଲ୍ଲାକ୍ରୀଡା ଅଧିକାରୀ ଶ୍ରୀ ଅବନୀ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ବୈଠକରେ ରାଇରଙ୍ଗପୁର ଓ କରଞ୍ଜିଆର ଉପଜିଲ୍ଲାପାଳ, ତହସିଲଦାର, ପି. ଏ. ଆଇ ଟି ଡି ଏ, କରଞ୍ଜିଆ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking