31.1 C
Bhubaneswar
Friday, September 20, 2024
Homeଖେଳମାକ୍ସୱେଲଙ୍କ ଚମତ୍କାର; ଆଫଗାନିସ୍ତାନ ପଞ୍ଝାରୁ ବିଜୟ ଛଡ଼ାଇ ଆଣିଲା ଅଷ୍ଟ୍ରେଲିଆ

ମାକ୍ସୱେଲଙ୍କ ଚମତ୍କାର; ଆଫଗାନିସ୍ତାନ ପଞ୍ଝାରୁ ବିଜୟ ଛଡ଼ାଇ ଆଣିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟର ଅତି ନିକଟରେ ପହଞ୍ଚି ହାରି ଯାଇଛି ଆଫଗାନିସ୍ତାନ । ମ୍ୟାକ୍ସୱେଲ ତାଙ୍କ କ୍ରିକେଟ କ୍ୟାରିୟରର ସମ୍ଭବତଃ ସର୍ବଶ୍ରେଷ୍ଠ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପର ସେମି ଫାଇନାଲ ଟିକେଟ ଦେଇଛନ୍ତି । ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ହରାଇଛି । ୯୧ ରନରେ ୭ ୱିକେଟ ହରାଇଥିବା ଅଷ୍ଟ୍ରେଲିଆକୁ ମ୍ୟାକ୍ସୱେଲ ଏକାକୀ ଜିତାଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଜିତିଛନ୍ତି । ୨୯୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଟ୍ରେଭିସ ହେଡ୍ ଡକ୍ ହୋଇଥିଲେ ।

ଦଳୀୟ ସ୍କୋର ୪୩ ରନ୍‌ରେ ମିଚେଲ ମାର୍ଶ ୧୧ ବଲରୁ ୨୪ ରନ୍ କରି ଆଉଟ୍ ହୋଇଥିଲେ । ଏହିଠାରୁ ଦଳ ନିୟମିତ ବ୍ୟବଧାନରେ ଓ୍‌ତବିକେଯ୍ ହରାଇଥିଲା । ଏହାର ୬ ରନ୍ ବ୍ୟବଧାନରେ ଡେଭିଡ୍ ୱାର୍ଣ୍ଣର ୧୮ ରନ୍ କରି ବୋଲ୍ଡ ହୋଇଥିଲେ । ତାଙ୍କ ସ୍ଥାନରେ ପରବର୍ତ୍ତି ବ୍ୟାଟ୍ସମ୍ୟାନ୍ ୱିକେଟ୍ କିପର ଜୋଶ ଇଙ୍ଗଲିସ୍ ମଧ୍ୟ ଏହିଠାରେ ଗୋଲ୍ଡେନ୍ ଡକ୍ ହୋଇଥିଲେ । ୪୯ ରନ୍‌ରେ ଦଳ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଏକ ଭୁଲ ବୁଝାମଣା ପାଇଁ ଦଳୀୟ ସ୍କୋର ୬୯ ରନ୍‌ରେ ମାର୍ଣ୍ଣସ୍ ଲାବୁଶେନ୍ ରନ୍‌ଆଉଟ୍ ହୋଇଥିଲେ । ଫଳରେ ଦଳର ଭାର ଗ୍ଲେନ୍ ମାକ୍ସୱେଲଙ୍କ ଉପରେ ରହିଥିଲା । କିନ୍ତୁ ତାଙ୍କୁ କୌଣସି ବ୍ୟାଟର ସହଯୋଗ କରିନଥିଲେ । ମାର୍କସ୍ ଷ୍ଟୋଇନିସ୍ ୬ ଓ ମିଚେଲ ଷ୍ଟାର୍କ ୩ ରନ୍ କରି ଆଉଟ୍ ହେବା ସହ ୯୧ ରନ୍‌ରେ ଅଷ୍ଟ୍ରେଲିଆ ୭ଟି ୱିକେଟ୍ ହରାଇ ବିଜୟଠାରୁ ୨୦୧ ରନ୍ ପଛରେ ରହିଥିଲା ।

ଏହି ସମୟ ବେଳକୁ ମାକ୍ସୱେଲ ୨୨ ରନ୍ କରିଥିଲେ । ଏହିଠାରୁ ମ୍ୟାଚର ମୋଡ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । ମାକ୍ସୱେଲ ଦ୍ରୁତ ରନ୍ ସଂଗ୍ରହ କରୁଥିବା ବେଳେ ଅଧିନାୟକ ପାଟ୍ କମିନ୍ସ ତାଙ୍କୁ ସହଯୋଗ କରିଥିଲେ । ମାକ୍ସୱେଲ ମ୍ୟାଚ୍‌ରେ ଆହତ ହେବା ସତ୍ୱେ ୭୬ଟି ବଲରୁ ଶତକ ହାସଲ କରି ଅଷ୍ଟ୍ରେଲିଆ ପାଇଁ ବିଜୟ ଆଶା ସୃୃଷ୍ଟି କରିଥିଲେ । ସେ ୩୩ ରନ୍ କରିଥିବା ବେଳେ ଏକ ଜୀବନଦାନ ପାଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଅଜମତୁଲ୍ଲା ଓମାରଜାଇ, ରଶିଦ୍ ଖାନ୍ ଓ ନବୀନ ଉଲ ହକ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଆଫଗାନିସ୍ତାନ ପକ୍ଷରୁ ରହମତୁଲ୍ଲା ଗଚୁବାଜ ଓ ଇବ୍ରାହିମ୍ ଜର୍ଡାନ୍ ଇନିଂସ୍ ଓପନ୍ କରିଥିଲେ । ଉଭୟ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ । ୮ ଓଭରରେ ଦଳୀୟ ସ୍କୋର ୩୮ ରନ୍ ହୋଇଥିବା ବେଳେ ଗୁରବାଜ ୨୧ ରନ୍ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ଜର୍ଡାନ୍ ଓ ରେହମତ ଶାହ ୮୩ ରନ୍‌ର ପାର୍ଟନରଶିପ୍ କରିଥିଲେ । ଦଳୀୟ ସ୍କୋର ୧୨୧ରେ ଶାହ (୩୦) ଆଉଟ୍ ହୋଇଥିଲେ । ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ।

କିନ୍ତୁ ଜର୍ଡାନ୍ ଗୋଟିଏପଟେ ଏକାକି ଅଷ୍ଟ୍ରେଲୀୟ ବୋଲରଙ୍କୁ ନୟାନ୍ତ କରିଥିଲେ । ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଜର୍ଡାନ୍ ଅଧିନାୟକ ହସମତୁଲ୍ଲା ସାହିଦିଙ୍କ (୨୬) ସହ ୫୨, ଅଜମତୁଲ୍ଲା ଓମରଜାଇଙ୍କ (୨୨) ସହ ୩୭ ଓ ମହମ୍ମଦ ନବିଙ୍କ (୧୨) ସହ ୨୩ରନ୍‌ର ପାର୍ଟନରଶିପ୍ କରିଥିଲେ । ଜର୍ଡାନ୍ ଶତକ ଅର୍ଜନ କରି ଆଫଗାନିସ୍ତାନ ପାଇଁ ବିଶ୍ୱକପ୍‌ରେ ରେକର୍ଡ ସ୍ଥାପନ କରିଥିଲେ । ୪୫.୩ ଓଭରରେ ଦଳୀୟ ସ୍କୋର ୨୩୩ ରହିଥିବା ବେଳେ ରଶିଦ୍ ଖାନ୍ ୧୮ଟି ବଲରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୫³ ରନ୍ କରିଥିଲେ । ଜର୍ଡାନ୍ ଶେଷ ପର୍ଯ୍ୟନ୍ତ ୧୪୩ ବଲରୁ ୮ଟି ଚୌକା ଓ ୩ ଟି ଛକା ସହାୟତାରେ ୧୨୯³ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ୭ଜଣ ବୋଲର ବୋଲିଂ କରିଥିବା ବେଳେ ଜୋଶ ହାଜଲଉଡ୍ ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking