ଭୁବନେଶ୍ୱର : ରାଜ୍ୟରୁ ସମ୍ପୁର୍ଣ୍ଣ ବିଦାୟ ନେଲା ମୈାସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୈାସୁମୀ ବିଦାୟ ନେଇ ପାଣିପାଗ ବିଭାଗଗର ସୂଚନା । ୪୮ ଘଣ୍ଟା ମଧ୍ୟରେ ମୈାସୁମୀ ସାରା ଦେଶରୁ ବିଦାୟ ସମ୍ଭାବନା ।
ଫେରିଗଲା #ମୌସୁମୀ !!!
ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ— Meteorological Centre, Bhubaneswar (@mcbbsr) October 21, 2022
ସେପଟେ ଓଡିଶାକୁ ଛୁଇଁବନି ବଙ୍ଗୋପସାରରେ ସୃଷ୍ଟି ହେବାକୁ ଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବା ଆକଳନ । ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗର ସଦ୍ୟତମ ଟୁଇଟ । ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ । ଓଡିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା । ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ପହଁଚିବ ।